ଅପରାଧ

ରସୁଣ ଚୋରି କରିବା ସନ୍ଦେହରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କଲେ ଦୋକାନୀ – Ibnodisha

[ad_1]

ମହାରାଷ୍ଟ୍ର: ଓଡ଼ିଆରେ ଏକ କଥା ଅଛି ଯେ କଖାରୁ ଚୋରକୁ ମୁଣ୍ଡ କାଟ, ଅର୍ଥାତ ଛୋଟ ଅପରାଧ ପାଇଁ ବଡ଼ ଦଣ୍ଡ । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇର ବୋରିଭଲି ଅଞ୍ଚଳରେ । ଏଠାରେ ରସୁଣ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ମୃତ ବ୍ୟକ୍ତିଙ୍କ ନାଁ ପଙ୍କଜ ମଣ୍ଡଳ ବୋଲି ସୂଚନା ମିଳିଛି । ତେବେ ପଙ୍କଜ ସବଜୀ ମଣ୍ଡିରେ ଜଣେ ସାଧାରଣ ମଜୁରିଆ ଥିବା ଜଣାପଡ଼ିଛି । ତେବେ ଏ ନେଇ ପୁଲିସ ଉକ୍ତ ଦୋକାନୀଙ୍କ ଉପରେ ହତ୍ୟାର ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ବୋରିଭଲିରେ ଥିବା ସବଜୀ ମଣ୍ଡିରେ ପଙ୍କଜ ସବୁଦିନେ ପରିବା ବସ୍ତା ନେବା ଆଣିବା କାର୍ଯ୍ୟ କରିଥାନ୍ତି । ତେବେ ଏହି କାର୍ଯ୍ୟ କରିବା ସମୟରେ ଏକ ରସୁଣ ବସ୍ତା ଚୋରି କରିଥିବା ଘନଶ୍ୟାମ ନାମକ ଜଣେ ଦୋକାନ ସନ୍ଦେହ କରିଥିଲେ । ତେବେ ନିଜ ସନ୍ଦେହ ଆଧାରରେ ସେ ପଙ୍କଜଙ୍କୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ପଙ୍କଜ ଚୋରି କରୁଥିବା ରସୁଣ ବସ୍ତାର ଦାମ ୬୪୦୦ ଥିବା ଦୋକାନୀ ଜଣଙ୍କ କହିଛନ୍ତି । ଘନଶ୍ୟାମଙ୍କ ମାଡ଼ରେ ଘଟଣାସ୍ଥଳରେ ପଙ୍କଜ ବେହୋଶ ହୋଇଯାଇଥିଲେ । ତେବେ ଏହା ପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକମାନେ ପଙ୍କଜଙ୍କ ଶରୀରକୁ ଏମଟିଏନଏଲ କାର୍ଯ୍ୟାଳୟ ସାମ୍ନାରେ ପକାଇ ଦେଇଥିଲେ । ସୂଚନାଯୋଗ୍ୟ, ପାଣିପାଗ ଖରାପ ହେବା କାରଣରୁ ବର୍ତ୍ତମାନ ବଜାରରେ ରସୁଣର ଦାମ ଆକାଶଛୁଆଁ ହୋଇଛି । ତେଣ ବେପାରୀମାନେ ବର୍ତ୍ତମାନ ପଡ଼ୋଶୀ ରାଜ୍ୟରୁ ରସୁଣ ଆମଦାନୀ କରିବା କାରଣରୁ ଏପରି ସ୍ଥିତି ଉପୁଜିଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button