ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପୁଣି ଜୀବିତ ହେଲେ ମହିଳା; ଜାଣନ୍ତୁ କ’ଣ ରହିଛି ପୂରା ଘଟଣା…. – Ibnodisha
[ad_1]
ନୂଆଦିଲ୍ଲୀ: ଆମେମାନେ ସମସ୍ତେ ଜାଣିଛୁ ଯେ ମୃତ୍ୟୁ ପରେ କେହି ଜୀବିତ ଫେରି ଆସନ୍ତି ନାହିଁ । କିନ୍ତୁ ଆମେରିକାରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ମୃତ୍ୟୁ ପରେ ଜୀବନ୍ତ ହୋଇ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି । ତେବେ ଆଶ୍ଚର୍ୟ୍ୟଜନକ କଥା ହେଉଛି ମହିଳା ନିଜେ ମୃତ୍ୟୁ ପରେ ନିଜ ଅନୁଭୂତି ମଧ୍ୟ ବର୍ଣ୍ଣନା କରୁଛନ୍ତି । ଦାବି କରାଯାଉଛି ଯେ ଡାକ୍ତରମାନେ ମହିଳାଙ୍କର ହୃତସ୍ପନ୍ଦନ ବନ୍ଦ ହେବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ, କିନ୍ତୁ ମୃତ୍ୟୁର ୨୪ ମିନିଟ ପରେ ସେ ପୁଣିଥରେ ଜୀବିତ ହୋଇ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲେ । ସୂଚନା ଅନୁଯାୟୀ, ତାଙ୍କ କାହାଣୀ ସମସ୍ତଙ୍କ ସହିତ ସେୟାର କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ ଗତ ଫେବୃୟାରୀ ମାସରେ ସେ ଘରେ ଥିବା ସମୟରେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା । ତାଙ୍କ ସ୍ୱାମୀ ୯୧୧ କୁ ଫୋନ୍ କରି ସିପିଆର୍ ଦେବା ଆରମ୍ଭ କରିଥିଲେ । ତେବେ ଡାକ୍ତର ଆସି ତାଙ୍କୁ ସେହିଠାରେ ମୃତ ଘୋଷଣା କରିଥିଲେ । କିନ୍ତୁ ପ୍ରାୟ ୨୪ ମିନିଟ୍ ପରେ ପୁଣିଥରେ ଜୀବିତ ହୋଇଥିବା କହିଥିଲେ ସେ ।
ମହିଳା ଜଣକ ଆହୁରି ମଧ୍ୟ କହିଥିଲେ ଯେ ସେହି ସମୟରେ ମୋ ସହିତ ଯାହା ଘଟିଥିଲା, ମୁଁ ସବୁକିଛି ସ୍ପଷ୍ଟ ସ୍ପଷ୍ଟ ଭାବରେ ମନେ ରଖିଛି । ହୃଦ୍ଘାତ ପରେ ମୋ ସ୍ୱାମୀ ମୋତେ ୪ ମିନିଟ୍ ପର୍ଯ୍ୟନ୍ତ ଉଚଜ ଦେଇଥିଲେ । ମୋ ଆଖପାଖରେ ହଇଚଇ ସୃଷ୍ଟି ହୋଇଥିଲା । ମୋତେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଏହି ସମୟ ମଧ୍ୟରେ ମୁଁ କୋମାକୁ ଚାଲିଯାଇଥିଲି । ୨ ଦିନ କୋମାରେ ରହିବା ପରେ ଯେତେବେଳେ ମୁଁ ଉଠିଲି, ମୁଁ ଦ୍ୱନ୍ଦରେ ପଡିଗଲି । ଅନେକ ଦିନ ଧରି ମୁଁ ପୁରୁଣା ଜିନିଷ ମନେ ପକାଇ ପାରିଲି ନାହିଁ । ଆଇସିୟୁରେ ମୋ ସହିତ କ’ଣ ହେଲା ତାହା ମଧ୍ୟ ମୁଁ ଜାଣେ ନାହିଁ । ମହିଳା ଜଣକ କହିଥିଲେ ଯେ ମୃତ୍ୟୁ ପରେ ମଧ୍ୟ ସେ ସବୁକିଛି ଦେଖିପାରୁଥିଲେ । ଏହା ମଧ୍ୟରେ ହସ୍ପିଟାଲର କର୍ମଚାରୀ ଏବଂ ଡାକ୍ତର ମଧ୍ୟ ଥିଲେ ଯାହାଙ୍କୁ ସେ ପୂର୍ବରୁ ଦେଖି ନଥିଲେ । ନ୍ୟୁୟର୍କ ପୋଷ୍ଟ କହିଛି ଯେ କାନାଡେଙ୍କ ମାମଲା ଆଶ୍ଚର୍ଯ୍ୟଜନକ କାରଣ ଏହିପରି କ୍ଷେତ୍ରରେ ଅଧିକାଂଶ ଲୋକ ଅଧିକ ଦିନ ବଞ୍ଚନ୍ତି ନାହିଁ । ୧୯୮୨ ରୁ ୨୦୧୮ ମଧ୍ୟରେ ରେକର୍ଡ ହୋଇଥିବା ୬୫ ଟି ମାମଲା ମଧ୍ୟରୁ କେବଳ ୧୮ ଜଣ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।
[ad_2]