ଦେଶ

କାନାଡା ଉପରେ ସାଇବର ଆକ୍ରମଣ, ସେନା ଓ୍ବେବସାଇଟ୍ ହ୍ୟାକ୍ – Ibnodisha

[ad_1]

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।

ଦୈନିକ ଖବରକାଗଜ ଟେଲିଗ୍ରାଫ ଦାବି କରିଛି ଯେ ବୁଧବାର ଦିନ ‘ଭାରତୀୟ ହ୍ୟାକର୍ସ’ କାନାଡା ସେନାର ଅଫିସିଆଲ ୱେବସାଇଟକୁ ହ୍ୟାକ୍ କରି କିଛି ସମୟ ପାଇଁ ଏହାକୁ ଅଚଳ କରିଥିଲେ। ତେବେ ଭାରତ ସହ ହ୍ୟାକରଙ୍କ କୌଣସି ସମ୍ପର୍କ ଏଠାରେ ସାମ୍ନାକୁ ଆସିନାହିଁ । ଟେଲିଗ୍ରାଫ ଦାବି କରିଛି ଯେ ଏକ୍ସ (ପୂର୍ବରୁ ଟ୍ୱିଟର) ଉପରେ ହୋଇଥିବା ଏହି ସାଇବର ଆକ୍ରମଣ ପାଇଁ ‘ଇଣ୍ଡିଆନ୍ ସାଇବର ଫୋର୍ସ’ ନାମକ ଏକ ହ୍ୟାକର୍ସ ଗୋଷ୍ଠୀ ନିଜକୁ ଦାୟୀ କରିଛନ୍ତି।

ବାସ୍ତବରେ ବୁଧବାର କାନାଡା ଆର୍ମି ୱେବସାଇଟ୍ ଅସ୍ଥାୟୀ ଭାବେ କାମ କରିବା ବନ୍ଦ କରିବା ପରେ ଏହି ସାଇବର ଆକ୍ରମଣ ସାମ୍ନାକୁ ଆସିଥିଲା। ‘ଇଣ୍ଡିଆନ୍ ସାଇବର ଫୋର୍ସ’ ନାମକ ହ୍ୟାକରମାନେ କାନାଡାସେନାର ଏହି ୱେବସାଇଟକୁ ହ୍ୟାକ୍ କରି ଅଚଳ କରିବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସ୍କ୍ରିନ୍ ସଟ୍ ସେୟାର କରିଥିବା ଅଭିଯୋଗ ହୋଇଛି। ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଅଳ୍ପ ସମୟ ମଧ୍ୟରେ ୱେବସାଇଟକୁ ଚାଲୁ କରାଯାଇଥିଲା। ଏହି ଘଟଣା ସଂପର୍କରେ କାନାଡା ସରକାରଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button