ଦେଶ
ମୁକେଶ ଅମ୍ବାନୀଙ୍କୁ ହତ୍ୟା ନେଇ ଆସିଲା ଧମକପୂର୍ଣ୍ଣ ଇମେଲ – Ibnodisha
[ad_1]
ମୁମ୍ବାଇ : ଭାରତର ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ। ଯଦି ସେ ୨୦ କୋଟି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଗୁଳିରେ ହତ୍ୟା କରାଯିବ। ଏପରି ଏକ ଧମକପୂର୍ଣ୍ଣ ଇମେଲ ଆସିଥିବା ପୁଲିସ କହିଛି। ଯାହାକୁ ନେଇ ପୁଲିସ ତଦନ୍ତ କରିବା ସହ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ବଢାଇ ଦେଇଛି।
ପୁଲିସ କହିଛି ଯେ ଧମକପୂର୍ଣ୍ଣ ଇମେଲ ଦେଇଥିବା ଲୋକ ୨୦ କୋଟି ଦାବି କରିଛି। ଇମେଲରେ କୁହାଯାଇଛି ଯେ ଯଦି ମୁକେଶ ଅମ୍ବାନୀ ୨୦ କୋଟି ଟଙ୍କା ନଦିଅନ୍ତି ତେବେ ତାଙ୍କୁ ଗୁଳି କରି ହତ୍ୟା କରାଯିବ। ମୁମ୍ବାଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଏପରି ଧମକପୂର୍ଣ୍ଣ ଇମେଲ କେଉଁଠୁ ଆସିଛି ଏବଂ କିଏ କରିଛି ତାହା ନେଇ ଅନୁସନ୍ଧାନ କରାଯାଉଛି।
[ad_2]