ଦେଶ

ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ମୃତ, ଏକାଧିକ ଆହତ – Ibnodisha

[ad_1]

ହାଇଦ୍ରାବାଦ: ସଂସାର ଉଜାଡ଼ି ଦେଲା ସଡ଼କ ଦୁର୍ଘଟଣା । ଖ୍ରୀଷ୍ଟମାସରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ଗୋଟିଏ ପରିବାରର ୫ ସଦସ୍ୟ । ନାଲଗୋଣ୍ଡା ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଦୁଃଖଦ ଘଟଣା । ଗତକାଲି(ରବିବାର) ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳକୁ ଯିବା ସମୟରେ ଆଜି(ସୋମବାର) ସଡ଼କ ଦୁର୍ଘଟଣାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ହେଲେ କେସାଭୁଲୁ (୨୮), ରାମୱାତ ଗାନିଆ (୪୦), ନାଗରାଜୁ (୨୮), ପାଣ୍ଡ୍ୟା (୪୦) ଏବଂ ବୁଜି (୩୮) । ଫଳରେ ୨୪ ଘଣ୍ଟା ମଧ୍ୟରେ ଆଗପଛ ହୋଇ ଗୋଟିଏ ପରିବାରର ୫ଜଣ ଆରପାରିକୁ ଚାଲି ଯାଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି(ରବିବାର) ବିଳମ୍ବିତ ରାତିରେ କେସାଭୁଲୁ(୨୮) ଏକ ବାଇକ ଯୋଗେ ମିରିଆଲାଗୁଡାଠାରୁ ପେଡଭୁରା ଅଭିମୁଖେ ଯାଉଥିବାବେଳେ ସାଇଲୁଡୁ(୫୫) ନାମକ ଏକ ପଥଚାରୀଙ୍କ ସହ ଧକ୍କା ହୋଇଥିଲା ।

ନିଦାମାନୁରର ଭେମ୍ପାଡୁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଉଭୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ଏହି ସଡକ ଦୁର୍ଘଟଣା ବିଷୟରେ ଶୁଣି କେସାଭୁଲୁଙ୍କ ପରିବାରର ୭ଜଣ ସଦସ୍ୟ ଏକ ଟାଟା ଏସି ଯୋଗେ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ । ତେବେ ଆଜି(ସୋମବାର) ଭୋର ସମୟରେ ରାସ୍ତାରେ ଟାଟା ଏସିକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳ ପହଞ୍ଚିବାରୁ ଆଉ ମାତ୍ର ୫୦୦ ମିଟର ରହିଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ରାମୱାତ ଗାନିଆ(୪୦), ନାଗରାଜୁ(୨୮), ପାଣ୍ଡ୍ୟା(୪୦) ଏବଂ ବୁଜି(୩୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମଧ୍ୟ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button