ଦେଶ

୫ମହଲା ବିଶିଷ୍ଟ ବିଲ୍ଡିଂଗ ଭୁଶୁଡ଼ିଲା

 

IBN ଓଡିଶା(ବ୍ୟୁରୋ):-ମହାଡ:- ମହାରାଷ୍ଟ୍ର ମହାଡ ସହରରେ ସୋମବାର ଏକ ୫ ମହଲା ବିଲ୍ଡିଂ ଭୂଷୁଡି ପଡିଛି। ସନ୍ଧ୍ୟା ପ୍ରାୟ ୭ଟା ବେଳେ କାଜଲପୁରା ଅଞ୍ଚଳରେ ଘଟିଥିବା ଏହି ଦୁର୍ବିପାକରେ ଅନୁନ୍ୟ ୬୦ ଲୋକ ବିଲ୍ଡିଂ ଭିତରେ ଦବି ରହିଥିବାର ଅନୁମାନ କରାଯାଉଛି। ବିଲ୍ଡିଂରେ ୪୫ରୁ ୪୭ଟି ଫ୍ଲାଟ୍ ଥିଲା। ଏଣୁ ଅନୁନ୍ୟ ୭୦ରୁ ୮୦ ଲୋକ ଭଙ୍ଗା ବିଲ୍ଡିଂ ତଳେ ଫଶି ରହିଥାଇପାରନ୍ତି ବୋଲି କୁହାଯାଉଛି।

ବିଲ୍ଡିଂ ଭୂଷୁଡିବା ମାତ୍ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ସହ ଦମକଳ ବିଭାଗ କର୍ମଚାରୀ ମଧ୍ୟ ଯୋଗଦେଇଛନ୍ତି। ଭଙ୍ଗା ବିଲ୍ଡିଂ ତଳୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି।

ସୂଚନା ଅନୁସାରେ ଏଠାରେ ଏହି ବିଲ୍ଡିଂଟି ପ୍ରାୟ ୧୦ରୁ ୧୨ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ତେବେ ମହାଡ କଲେକ୍ଟର ନିଧି ଚୌଧୁରୀ ୫ ମହଲା ଆପାର୍ଟମେଣ୍ଟର ୨ଟି ମହଲା ଭୂଷୁଡିଥିବାର କହିଛନ୍ତି। ଉଦ୍ଧାର ଲାଗି ଏନଡିଆରଏଫଙ୍କ ସହାୟତା ଲୋଡାଯାଇଥିବା ବେଳେ ସେମାନେ ୨ରୁ ୫ ଘଣ୍ଟା ମଧ୍ୟରେ ପହଞ୍ଚିବାର ଅନୁମାନ କରାଯାଉଛି। ବିଲ୍ଡିଂରେ ରହୁଥିବା ଲୋକଙ୍କ ମଧ୍ୟରୁ ୪୦ ରୁ ୫୦ ଜଣ ବାହାରେ ଥିବା ବେଳେ ବିଲ୍ଡିଂରେ ଆହୁରି ୫୦ରୁ ୭୦ ଜଣ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button