ଦେଶ

ଗ୍ୟାସ ପାଇପ ଲାଇନ ବିସ୍ଫୋରଣ

IBN ଓଡିଶା(ବ୍ୟୁରୋ):- ସିରିୟାରେ ସୋମବାର ଗ୍ୟାସ୍ ପାଇପଲାଇନ୍‌ରେ ହୋଇଥିବା ବିସ୍ଫୋରଣ ପଛରେ ରହିଛି ଆତଙ୍କବାଦୀଙ୍କ ହାତ । ସକାଳେ ମଧ୍ୟପୂର୍ବରେ ହୋଇଥିବା ଏହି ବିସ୍ଫୋରଣରେ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ହାତ ଥିବା ସନ୍ଦେହ କରୁଛନ୍ତି ସିରିୟା ସରକାର ଓ ଆମେରିକା ।
ସୂଚନାନୁସାରେ, ସିରିୟାର ଆଦ୍ ଡୁମାୟାର ଓ ଆଦ୍ରା ମଧ୍ୟ ଦେଇ ଆରବ ଗ୍ୟାସ।ପାଇପଲାଇନରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ସାରା ସିରିୟା ଅନ୍ଧାର ହୋଇପଡିଥିଲା । ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।ସିରିୟା ପେଟ୍ରୋଲିୟମ ମନ୍ତ୍ରୀ ଅଲ୍ଲୀ ଗେହନାନ କହିଛନ୍ତି ଯେ, ଏହା ଏକ ଆତଙ୍କବାଦୀ ଆକ୍ରମଣ । ତେବେ ଅଧିକ ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି ।ସିରିୟାରେ ଅବସ୍ଥାପିତ ଆମେରିକାର ପ୍ରତିନିଧି ଜେମ୍ସ ଜେଫ୍ରି କହିଛନ୍ତି ଯେ, ଏହା ହେଉଛି ଇସଲାମିକ ଷ୍ଟେଟସର କାର୍ଯ୍ୟକଳାପ । କାରଣ ଏହି ଆତଙ୍କବାଦୀ ସଙ୍ଗଠନ ଏବେ ନିଜର ଶେଷ ଅଞ୍ଚଳ ହରାଇସାରିଛି । ଏହା ଉପରେ ନଜର ରଖାଯାଇଛି।ସୂଚନାଯୋଗ୍ୟ ଆରବ ଗ୍ୟାସ୍ ପାଇପଲାଇନ୍ ଇଜିପ୍ଟରୁ ଜୋର୍ଡାନ୍ ଓ ସିରିୟା ଯାଏଁ ଲମ୍ବିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button