ପୋଲିସ ବାଲିମାଫିଆ ଙ୍କ ଅଡିଓ ଭାଇରାଲ, ବଦଳିଲେ ଥାନାଧିକାରୀ
IBN ଓଡିଶା (ବ୍ୟୁରୋ):-ଭଦ୍ରକ୨୪/୮: ଚୋରା ବାଲି ଚାଲାଣକୁ ନେଇ ଗତକାଲି ଗଞ୍ଜାମ ହିଞ୍ଜିଳିରେ କେମିତି ତୁମୁଳକାଣ୍ଡ ହୋଇଥିଲା ତାହା ତ ଦେଖିଥିଲେ । ଭଦ୍ରକରେ ବାଲି ମାଫିଆ ଏବଂ ଆଇଆଇସିଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ଭଣ୍ଡାରିପୋଖରୀରୁ ଭଦ୍ରକ ଜିଲ୍ଳା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି।କେବଳ ପୋଲିସ କାହିଁକି ବାଲି ମାଫିଆଙ୍କ ସହ ସ୍ଥାନୀୟ ସରପଞ୍ଚ-ବିଡିଓ ଏବଂ ପୋଲିସ ମିଲି ଭଗତରେ ଚାଲିଛି ପୂରା ବ୍ୟବସ୍ଥା । ପୋଲିସ ଆଉ ବାଲିମାଫିଆଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଏକ ଅଡ଼ିଓ ଭାଇରାଲ୍ ହେବା ପରେ ପଦାକୁ ଆସିଛି ସାଂଘାତିକ ସତ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ବୈତରଣୀ ନଦୀରୁ ବେଆଇନ୍ ବାଲି ଚାଲାଣ ଚାଲିଛି । ଆଉ ବାଲି ଚୋରା ଚାଲାଣରେ ମାଫିଆଙ୍କ ଠାରୁ ବଟି ନେଇ ସେମାନଙ୍କୁ ସୁଯୋଗ ଦେଉଛନ୍ତି ସ୍ଥାନୀୟ ସରପଞ୍ଚ-ବିଡିଓ-ଥାନାବାବୁ । ବାଲି ମାଫିଆ ଏବଂ ପୋଲିସ ଭିତରେ କଥାବାର୍ତ୍ତାର ଏକ ଅଡ଼ିଓ ଭାଇରାଲ୍ ହେବା ପରେ ପଦାକୁ ଆସିଛି ଏହି ସାଂଘାତିକ ସତ।ଅନ୍ୟପଟେ ଏଭଳି ଅଭିଯୋଗ ଆସିବା ପରେ ଥାନା ଧିକାରୀ ଙ୍କୁ ବହିଷ୍କାର ନକରି କାହିଁକି ବଦଳି କଲେ ତାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।