ରାଜ୍ୟ

ଆଗାମୀ ଏକ ସପ୍ତାହ ବିକ୍ଷିପ୍ତ ବର୍ଷା: ଆଇଏମ୍‌ଡି – Ibnodisha

[ad_1]

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ଏକ ସପ୍ତାହ ବିଳମ୍ବରେ କେରଳରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୭ ପ୍ରତିଶତ କମ ବୃଷ୍ଟିପାତ ହୋଇଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ଜୁନ୍ ୮ରୁ ମୌସୁମୀର ପ୍ରଭାବ ପରିଲକ୍ଷିତ ହୋଇଥିବାବେଳେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ୧୭ ପ୍ରତିଶତ, ଦକ୍ଷିଣ ଉପମହାଦେଶରେ ୧୬ ପ୍ରତିଶତ, କେନ୍ଦ୍ର ଭାରତରେ ୬ ପ୍ରତିଶତ ଏବଂ ଉତ୍ତର-ପଶ୍ଚିମ ଭାରତରେ ୮ ପ୍ରତିଶତ କମ ବର୍ଷା ହୋଇଛି । ଅଗଷ୍ଟରେ ସମତଳ ଅଞ୍ଚଳରେ ଦୁର୍ବଳ ମୌସୁମୀ ଯୋଗୁଁ କମ ବର୍ଷା ହୋଇଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ତେବେ ଅଗଷ୍ଟ ୭ ପରେ ଉତ୍ତର ଭାରତରେ ବିଶେଷକରି ହିିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ମୌସୁମୀ ବାୟୁ କିଛି ଦିନ ପାଇଁ ଦକ୍ଷିଣ ମୁହାଁ ହୋଇଥିଲେ ସୁଦ୍ଧା ହିମାଚଳ ଓ ଉତ୍ତରାଖଣ୍ଡ ସମେତ ହିମାଳୟ ପାଦଦେଶରେ ଏହାର ପ୍ରଭାବ ବିସ୍ତାର କରି ଚାଲିଥିଲା । ଏହି ସ୍ଥିତିରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଦେଶରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି । ଆସନ୍ତା ପାଞ୍ଚଦିନ ମୌସୁମୀର ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ବର୍ଷା କରିବାକୁ ଥିବାବେଳେ ମୌସୁମୀର ପୂର୍ବ ଭାଗ ବିହାର, ଉତ୍ତର ବଙ୍ଗ ଦେଇ ମଣିପୁରକୁ ଯାତ୍ରା କରିବ ବୋଲି ଅନୁମାନ କରାଯାଉଛି । ଉତ୍ତର-ପୂର୍ବ ଭାରତରେ (ଆସାମ, ଅରୁଣାଚଳ ପ୍ରଦେଶ ଓ ମେଘାଳୟ) ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button