ରାଜ୍ୟ

ଏହି ପରିବା କରିଥାଏ ସନସ୍କ୍ରିନର କାମ, ଜାଣନ୍ତୁ ବ୍ୟବହାର କରିବାର ସଠିକ ଉପାୟ

ଆପଣଙ୍କ ରୋଷେଇଘରେ ଏପରି ଅନେକ ପରିବା ଏବଂ ମସଲା ରହିଥାଏ ଯାହାକି ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏହି କାରଣରୁ ଅନେକ ମହିଳା ସାଧାରଣତଃ ଫଳ ଏବଂ ପରିବା ଦ୍ୱାରା ନିଜର ସୁନ୍ଦରତା ବଜାୟ ରଖିବାକୁ ଚେଷ୍ଟା କରିଥାନ୍ତି । କରିବେନି ବା କାହିଁକି ଯଦି ଘରେ ସମସ୍ତ ଜିନିଷ ଉପଲବ୍ଧ ରହିଛି ତାହେଲେ ବାହାରୁ ବ୍ୟୁଟି ପ୍ରଡକ୍ଟ କିଣିବାର ଆବଶ୍ୟକତା କଣ ? ତା ଛଡା ବାହାରର ଜିନିଷ ଠାରୁ ନାଚୁରାଲ ପ୍ରଡକ୍ଟ ଆମ ତ୍ୱଚା ପାଇଁ ଅଧିକ ଲାଭଦାୟକ ହୋଇଥାଏ ।

ସନସ୍କ୍ରିନ ଏକ ଏପରି ବ୍ୟୁଟି ପ୍ରଡକ୍ଟ ଯାହାକୁ ଲୋକେ ଖରାରେ ବାହାରକୁ ବାହାରିବା ସମୟରେ ସୂର୍ଯ୍ୟଙ୍କ UV କିରଣରୁ ବଂଚିବା ପାଇଁ ବ୍ୟବହାର କରିଥାନ୍ତି । ଅନେକ ଲୋକ ତ ଏଥିପାଇଁ ବହୁତ ପଇସା ମଧ୍ୟ ଖର୍ଚ୍ଚ କରିଦେଇଥାନ୍ତି ତଥାପି ବି ସେମାନଙ୍କୁ ମନମୁତାବକ ପରିଣାମ ମିଳିନଥାଏ । ବୋଧହୁଏ ଆପଣ ଜାଣିନଥିବେ ଯେ ପ୍ରାକୃତିକ ସନସ୍କ୍ରୀନ ଆପଣଙ୍କ ରୋଷେଇ ଘରେ ଫ୍ରିଜ ମଧ୍ୟରେ ରହିଛି । ଆଜ୍ଞା ହଁ ତାହା ହେଉଛି ଟମାଟୋ ।

Image result for tamato

ଏକ ରିପୋର୍ଟ ଅନୁଯାୟୀ ଟମାଟୋରେ ଥିବା ଲାୟକୋପୀନ ସୂର୍ଯ୍ୟଙ୍କ UV କିରଣରୁ ସ୍କିନକୁ ରକ୍ଷା କରିଥାଏ । କେବଳ ଖାଇବା ଦ୍ୱାରା ନୁହେଁ ବରଂ ଏହାକୁ ସ୍କିନରେ ଲଗାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ତ୍ୱଚାପାଇଁ କିପରି କରିବେ ଟମାଟୋର ବ୍ୟବହାର ।

ଚିନି ସହିତ ଟମାଟୋର ବ୍ୟବହାର

ଯଦି ଖରା, ଧୂଳି କିମ୍ବା ଝାଳ କାରଣରୁ ଆପଣଙ୍କ ମୁଁହରେ ବ୍ରଣ ଦେଖାଯାଉଛି ତାହେଲେ ଗୋଟିଏ ଫାଳ ଟମାଟୋ ନେଇ ସେଥିରେ ଅଳ୍ପ ଚିନି ରଖି ହାଲକା ହାତରେ ଧୀରେ ଧୀରେ ସ୍କ୍ରବ କଲାଭଳି ତ୍ୱଚାରେ ଲଗାନ୍ତୁ । ତାପରେ ଏହା ଉପରେ ମହୁ ଲଗାଇ ପୁଣି ଏହି ପ୍ରକ୍ରିୟାକୁ ଦୋହରାନ୍ତୁ । କିଛି ସମୟ ଏହାକୁ ଛାଡିଦେବାପରେ ଶେଷରେ ଧୋଇଦିଅନ୍ତୁ ।

Image result for tomato honey and sugar

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button