ରାଜ୍ୟ

ମହାନତାର ପରିଚୟ ଦେଲେ ଡାକ୍ତର ରାମଚନ୍ଦାନୀ, ଜନ୍ମଦିନରେ ୩ ଗରିବ ଶିଶୁଙ୍କୁ ଦେଲେ ୫୦ ହଜାର ଟଙ୍କାର ସହାୟତା

ବୁର୍ଲା: ପୁଣି ମହାନତାର ପରିଚୟ ଦେଲେ ଡା. ଶଙ୍କର ରାମଚନ୍ଦାନୀ। ଜନ୍ମଦିନ ଅବସରରେ ସେ ୩ ଜଣ ଅସହାୟ ଏବଂ ଗରିବ ପରିବାରର ଶିଶୁଙ୍କୁ ସେମାନଙ୍କ ପାଠପଢା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଶିଶୁମାନେ ସମସ୍ତେ ବରଗଡ ଜିଲ୍ଲାର ବୋଲି ସୂଚନା ମିଳିଛି। ଏଚଆଇଭି ସଂକ୍ରମିତ ହୋଇ ମା’ବାପା ଜୀବନ ହାରିଥିବା ଥିବା ବେଳେ ଦୁଇ ଭାଇ ଭଉଣୀ ମଧ୍ୟ ଏଚ୍ଆଇଭି ଆକ୍ରାନ୍ତ।

ତେବେ ଏହି ଭାଇ ଭାଉଣୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ୟ ଏକ ପରିବାରର ଆଉ ଏକ ଏଚ୍ଆଇଭି ସଂକ୍ରମିତ ପିତାମାତାଙ୍କ ଠାରୁ ସଂକ୍ରମିତ ଶିଶୁଙ୍କୁ ମଧ୍ୟ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ସ୍ୱର୍ଗତ ମା’ ଲାଜବର୍ତ୍ତି ରାମଚନ୍ଦାନୀଙ୍କ ସ୍ମୃତି ଉଦେଶ୍ୟରେ ଡାକ୍ତର ଏହି ସହାୟତା ପ୍ରଦାନ କରିଛନ୍ତି। ସୂଚନାଥାଉ କି ଡା. ରାମଚନ୍ଦାନୀ ପୂର୍ବରୁ ମଧ୍ୟ ଏଭଳି ଅନେକ ଆସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ଏହି ସହଯୋଗ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button