IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସୁସ୍ଥ ମାନସିକତା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ନିୟମିତ କରନ୍ତୁ ଏହି ୩ଟି ଯୋଗ

ଘର ପରିବାରର ଚିନ୍ତା ସହ ଅଫିସ ଚାପ ଯୋଗୁ ପ୍ରାୟତଃ ଲୋକମାନେ ବିଷାଦଗ୍ରସ୍ତ ରହିଥାନ୍ତି। ଏଣୁ ଶୀଘ୍ର ଥକାପଣ, ଆଳସ୍ୟ ଏବଂ ରୋଗବେମାରୀ ହୋଇଥାଏ। ଆଧୁନିକ ଜୀବନଶୈଳୀକୁ ନେଇ ମଧ୍ୟ ମାନସିକ ଦୁଃଶ୍ଚିନ୍ତା ଦେଖାଦେଇଥାଏ। ଏଭଳି ସ୍ଥିତି ଜଣେ ମାନସିକ ଭାବେ ସୁସ୍ଥ ରହିବା ଜରୁରୀ ଓ ଏହା କେବଳ ଯୋଗ ଦ୍ୱାରା ହିଁ ସମ୍ଭବ। ଜଣେ ଖୁସି ରହିଲେ ଆରାମରେ ଦିନ ସାରା ଫୂର୍ତ୍ତି ଅନୁଭବ କରିବା ସହ କାମରେ ମଧ୍ୟ ମନ ଲାଗି ରହିବ। ତେବେ କେତେକ ସହଜ ଯୋଗ ଦ୍ୱାରା ଆପଣ ମାନସିକ ଶାନ୍ତି ଲାଭ କରିପାରିବେ। ଯୋଗ ଗୁରୁଙ୍କ କହିବାନୁସାରେ ଦିନକୁ ମାତ୍ର ୧୦ ମିନିଟ୍‌ ନିୟମିତ ଏହି ଆସନ କରିବା ଦ୍ୱାରା ବ୍ୟକ୍ତିର ମାନସିକତାରେ ବହୁ ସକାରାତ୍ମକ ପରିବର୍ତ୍ତନ ଘଟିଥାଏ। ଆସନ୍ତୁ ଜାଣିବା ସୁସ୍ଥ ମାନସିକତା ପାଇଁ ଆବଶ୍ୟକୀୟ ଯୋଗ ସମ୍ପର୍କରେ…

୧. ବାଳାସନ:

ବାଳାସନକୁ ଚାଇଲ୍ଡ ପୋଜ୍‌ ମଧ୍ୟ କୁହାଯାଏ। ଏହି ଯୋଗ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। କବ୍ଜ ଦୂର କରିବା ସହ ଏହି ଆସନ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ଵିତ କରିଥାଏ। ପେଟର ଚର୍ବି ହଟାଇବାରେ ମଧ୍ୟ ଏହି ଆସନ ସାହାଯ୍ୟ କରେ। ଏହି ଆସନ କରିବା ପାଇଁ ଏକ ସମତଳ ଜାଗାରେ ଚଟାଇ ପକାଇ ବସନ୍ତୁ। ଏବେ ଦୁଇ ଆଣ୍ଠୁକୁ ଭାଙ୍ଗି ମୁଣ୍ଡିଆ ମାରିବା ଭଳି ମୁଣ୍ଡକୁ ତଳେ ଲଗାନ୍ତୁ ଓ ଦୁଇ ହାତକୁ ଆଗକୁ ଲମ୍ବାନ୍ତୁ। ଏଭଳି ଅତିକମ୍‌ରେ ୫ ଥର କରନ୍ତୁ।

୨. ଉତ୍ତାନାସନ:

ଏହି ଯୋଗାସନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଡିପ୍ରେସନ୍‌ ଓ ଚିନ୍ତା କମିଥାଏ। ଏହି ଆସନ କରିବା ପାଇଁ ପ୍ରଥମେ ସିଧା ଠିଆ ହୋଇଯାଆନ୍ତୁ। ଏବେ ନାକ ଆଣ୍ଠୁରେ ଲାଗିବା ଭଳି ତଳକୁ ନଇଁ ଦୁଇ ହାତରେ ଗୋଡ଼କୁ ଧରନ୍ତୁ। ଧ୍ୟାନ ରଖିବେ ଯେଭଳି ଆଣ୍ଠୁ ନ ଭାଙ୍ଗେ। ୧୦-୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହି ପୋଜିସନ୍‌ରେ ରୁହନ୍ତୁ। ତା ପରେ ପୂର୍ବ ଅବସ୍ଥାକୁ ଫେରିଆସନ୍ତୁ।

୩. ସର୍ବାଙ୍ଗାସନ:

ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ଏହି ଆସନ ଆପଣଙ୍କ ପାଇଁ ସବୁଠାରୁ ଭଲ। ବ୍ରେନ୍‌କୁ ଠିକ୍‌ ଭାବେ ରକ୍ତ ସଞ୍ଚାଳନ କରିବା ପାଇଁ ଡାକ୍ତର ସର୍ବାଙ୍ଗାସନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହି ଆସନ କରିବାକୁ ପ୍ରଥମେ ଆପଣ ଚଟାଣରେ ସିଧା ଚିତ୍‌ ହୋଇଶୋଇଯାଆନ୍ତୁ। ଏବେ ବେକ ପର୍ଯ୍ୟନ୍ତ ଗୋଡ଼କୁ ଧୀରେ ଧୀରେ ୯୦ ଡିଗ୍ରୀରେ ଉପରକୁ ଉଠାନ୍ତୁ। ଆପଣଙ୍କୁ ଆରାମ ଲାଗିବା ପର୍ଯ୍ୟନ୍ତ ଏହି ଆସନ କରିପାରିବେ। ପ୍ରଥମେ ପ୍ରଥମେ ଆପଣ ଏହି ଆସନ କାନ୍ଥର ସାହାରା ନେଇ ମଧ୍ୟ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button