ମନୋରଞ୍ଜନ

କେବେ ଖାଇଛନ୍ତି କି ‘ଦହି ଆଳୁ’, ଯାହା ଖାଦ୍ୟର ସ୍ୱାଦକୁ କରିଥାଏ ଦ୍ୱିଗୁଣା !

ସମସ୍ତେ ଚାହାଁନ୍ତି ଭୋଜନରେ ସ୍ୱାଦିଷ୍ଟ ଭୋଜନ ଖାଇବା ପାଇଁ। ଭୋଜନରେ ସ୍ୱାଦ ବଢ଼ାଇବା କାମ କରିଥାଏ ପରିବା ଯାହା ରୋଟିର ସ୍ୱାଦକୁ ବଢ଼ାଇଥାଏ। ଆଜି ଆମେ ଆପଣଙ୍କର ଭୋଜନକୁ ସ୍ୱାଦିଷ୍ଟ କରିବା ପାଇଁ ଏକ ସ୍ପେଶାଲ ଡିସ୍ ‘ଦହି ଆଳୁ’ ବିଷୟରେ ଜଣାଇବୁ। ତେବେ ଏହି ଡିସ୍ ଆପଣଙ୍କ ଖାଦ୍ୟର ସ୍ୱାଦକୁ ପୂରା ଭିନ୍ନ କରିଦେବ।

ଆବଶ୍ୟକୀୟ ସାମଗ୍ରୀ

ଆଳୁ – ୩(ସିଝା)

ଦହି – ୧/୨ କପ୍‌

ଧନିଆ ପାଉଡର – ୧/୨ ଛୋଟ ଚାମଚ

ଜୀରା – ୧/୨ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ

ତେଲ – ୨ ବଡ ଚାମଚ

ଧନିଆ ପତ୍ର – ଛୋଟ କଟା ହୋଇଥିବା

କଞ୍ଚା ଲଙ୍କା – ୨-୩ କଟା ହୋଇଥିବା

ହଳଦି ପାଉଡର – ୧/୪ ଛୋଟ ଚାମଚ

ହେଙ୍ଗୁ – ଚିମୁଟାଏ

ଲୁଣ – ସ୍ୱାଦାନୁସାରେ

dahiପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସିଝା ହୋଇଥିବା ଆଳୁର ଚୋପା ଛଡାଇ ଛୋଟ ଛୋଟ କାଟି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ହେଙ୍ଗୁ ଏବଂ ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ ପ୍ୟାନରେ କଞ୍ଚାଲଙ୍କା, ଧନିଆ ପାଉଡର ଏବଂ ହଳଦି ପାଉଡର ପକାଇ ଚଲାନ୍ତୁ। ମସଲା ଭଲଭାବେ ହୋଇଗଲା ପରେ ସେଥିରେ ଆଳୁ ପକାନ୍ତୁ ଏବଂ ୨ ମିନିଟ୍ ପର୍ଯ୍ୟନ୍ତ ଚଲାନ୍ତୁ। ଆଳୁ ଭାଜି ହୋଇଗଲା ପରେ ପ୍ୟାନରେ ୧/୨ କପ୍ ପାଣି ପକାଇ ଘୋଡାଇ ଦିଅନ୍ତୁ। ଏହାପରେ ପରିବା ଫୁଟିବା ଆରମ୍ଭ କରିବ ଏହାପରେ ଏଥିରେ ଦହିକୁ ଧିରେ ଧିରେ ପାଣିରେ ପକାନ୍ତୁ ଏବଂ ଲଗାତର ଚଲାନ୍ତୁ। ଦହି ପକାଇବା ପରେ ପରିବାକୁ ୪ ମିିନିଟ୍ ପର୍ଯ୍ୟନ୍ତ ଆଞ୍ଚରେ ରଖନ୍ତୁ। ଏହାପରେ ଧନିଆ ପତ୍ରରେ ଏହା ଉପରେ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ଆଳୁ ଦହି ପ୍ରସ୍ତୁତ ହୋଇଯାଇଛି। ତେବେ ଏହାର ସ୍ୱାଦ ନିଶ୍ଚିତ ଭିନ୍ନ ଲାଗିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button