ଦେଶ

ବନ୍ଧୁକ ମୁନରେ ଇଜ଼ତ ନେଲେ

IBN ଓଡିଶା(ବ୍ୟୁରୋ):-ମୁଜାଫରପୁର ୨୫/୮: ବିହାରର ମୁଜାଫରପୁରରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ କେତେକ ଅସାମାଜିକ ବ୍ୟକ୍ତି ଘରେ ପଶି ଜଣେ ବିବାହିତା ମହିଳାଙ୍କ ୬ମାସର ପୁଅ ମୁଣ୍ଡରେ ପିସ୍ତଲ ରଖି ଗଣଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମର ଭିଡିଓ କରି ଏହାକୁ ଭାଇରାଲ୍ କରି ଦେଇଛନ୍ତି। ଅଭିଯୁକ୍ତମାନେ ମହିଳା ଏବଂ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଏହି ମାମଲାରେ ପୋଲିସ୍ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।
କୁହାଯାଉଛି ଯେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ୧୯ରୁ ୨୧ବର୍ଷର। କରଜା ଥାନା ଅଞ୍ଚଳର ଏକ ଗାଁର ମହିଳା ନିଜ ଘରେ ଏକୁଟିଆ ରୁହନ୍ତି। ତାଙ୍କ ସ୍ବାମୀ ବାହାରେ ଦିନମଜୁରିଆ କାମ କରନ୍ତି। ଅଗଷ୍ଟ ୧୨ତାରିଖରେ ଗାଁର ୫ଜଣ ଯୁବକ ଚୁନଚୁନ କୁମାର,ଲାଲବାବୁ କୁମାର,ସାଜନ କୁମାର,ଶ୍ରୀରାମ କୁମାର ଏବଂ ଶିବା କୁମାର ରାତିରେ ଘରେ କେହିନଥିବାର ସୁଯୋଗ ନେଇ ଘରକୁ ପଶି ଆସି । ଚୁନଚୁନ ମହିଳାଙ୍କ ୬ମାସର ଶିଶୁଙ୍କ ମୁଣ୍ଡରେ ପିସ୍ତଲ୍ ରଖି ନିଜ ପାଖକୁ ନେଇଯାଇଥିଲା ଏବଂ ଜଣ ଜଣ କରି ୫ଜଣ ମହିଳାଙ୍କୁ ଗଣ-ଦୁ​‌ଷ୍କର୍ମ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button