ରାଜ୍ୟ

ମନ୍ଦିର ବନ୍ଦ ହେଲେ ଜନଶୁଣାଣୀ ଆଗ କି ପାଲା ଏଠି ? ପ୍ରଶାସନର ଭୁମିକାକୁ ନେଇ ସନ୍ଦେହ।

IBN ଓଡିଶା(ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ଓ ଡଙ୍କାରୀ ଗ୍ରାମରେ ଥିବା କଳାପଥର ପହାଡରେ ପଥରଖନନ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ଶିବିର ମହିଶରା ଗ୍ରାମପଂଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଛି। ସାରା ଦେଶ କରୋନା କବଳରେ ଥିବା ବେଳେ ଏପଟେ ମନ୍ଦିର ,ମଠ ଆଉ ମଦଜିତ ବନ୍ଦ ରହୁଥିବା ବେଳେ ଏମିତି କି ଭକ୍ତ ଙ୍କୁ ବାରଣ କରୁଥିବା ବେଳେ ହେଲେ ଏଠି କିନ୍ତୁ ସରକାରୀ ବାବୁ ଙ୍କ ପାଇଁ ନିୟମ କାନୁନ ପୁରା ପୁରି ଅଲଗା।ସୂଚନା ଥାଉକି ଧର୍ମଶାଳା ତହସିଲ ଅଧିନ ତଳଗଡ ରାଜସ୍ୱ ସର୍କଲ ଅନ୍ତର୍ଗତ ରାହାଡପୁର ମୌଜାରେ ୪୨.୨୦ ହେକ୍ଟର ପରିମିତ ଅଂଚଳରେ ୧୨ଟି ଖଣିକୁ ୭ଟି କ୍ଲଷ୍ଟର ଓ ଡଙ୍କାରୀ, ବାରମାଣ, ବରଡା ରାଜସ୍ୱ ଗ୍ରାମରେ ୯୮.୪୨ହେକ୍ଟର ପରିମିତ ଜମିରେ ୨୪ଖଣି ୫ଟିକ୍ଲଷ୍ଟର କରାଯାଇ ଲିଜ ଦିଆଯିବା ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ରାହାଡପୁରର ଜନଶୁଣାଣୀ ଥିବା ବେଳେ ୨.୩୦ମିନିଟ ପରେ ଡଙ୍କାରୀ ଏବଂ ଅନ୍ୟ ମୌଜାର ଜନଶୁଣାଣୀ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଶୁଣାଣୀ ପାଇଁ ଯେତିକି ଜନମାନଙ୍କର ଉପସ୍ଥିତି ସର୍ବନିମ୍ନ ଆବଶ୍ୟକ ଥିଲା ତାହା ସେଠାରେ ଦେଖିବାକୁ ମିଳିନଥିଲା। ଲଘୁଚାପ ପ୍ରଭାବରେ ସାରା ଅଂଚଳରେ ପ୍ରବଳ ମାତ୍ରାରେ ବର୍ଷା ସହିତ କୋହଲା ପାଗ ରହିଥିବାରୁ ରାହାଡପୁର ଖାଦାନ ସମ୍ବନ୍ଧୀୟ ଜନସୁଣାଣି ସମୟରେ ଖୁବ କମ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଓ ଉପସ୍ଥିତ ଥିବା ଜନସାଧାରଣ ଜନଶୁଣାଣୀର ସଫଳତାକୁ ନେଇ ପ୍ରଶାସନକୁ ପ୍ରଶ୍ନ କରିଥିଲେ। ରାଜ୍ୟ ସରକାର ଲଘୁଚାପ ବର୍ଷା ସହିତ ଯାଜପୁର ଜିଲାକୁ ରେଡ ଜୋନ ଭାବରେ ଘୋଷିଣା କରିଥିବାରୁ ପ୍ରତିକୂଳ ପାଗ ସତ୍ୱେ କାହିଁକି ଜନଶୁଣାଣୀକୁ ବାତିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ସ୍ଥାନୀୟ ଡଙ୍କାରୀ ଅଂଚଳରେ ଗତକାଲି ୬ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଥିବାରୁ ଡଙ୍କାରୀ ଲୋକମାନଙ୍କୁ ଏକତ୍ରିତ କରାଯାଇ ଜନଶୁଣାଣୀ କରାଯିବାକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖିଥିଲେ।
ଗତକାଲି ସ୍ଥାନୀୟ ମହିଶରା ପଂଚାୟତର ସରପଂଚ ଚକ୍ରଧର ବେହେରା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ଆଜିର ଏହି ଶିବିରକୁ ବାତିଲ କରିବାକୁ ଅନୁରୋଧ କରିଥିବା ସତ୍ୱେ ଶିବିର ଅୟୋଜନ ହୋଇଥିବାରୁ ପ୍ରଶାସନର ଭୁମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଜିଲାପାଳ କ୍ଷମତା ପ୍ରୟୋଗ ପାଇଁ କ୍ଷମତାପ୍ରାପ୍ତ ହୋଇଥିବା ସରପଞ୍ଚଙ୍କ ଅନୁରୋଧକୁ କେଉଁ ପରିସ୍ଥିତିରେ ପ୍ରତ୍ୟାଖାନ କରାଗଲା? ତେବେ ପ୍ରଶାସନ ଏହାର ଉତ୍ତର ଦେବାକୁ ଯାଇ ଏହ ପୂର୍ବରୁ ସ୍ଥିରିକୃତ ଏକ କାର୍ଯ୍ୟକ୍ରମ ତେଣୁ ବନ୍ଦ କରାଯାଇପାରିବ ନାହିଁ ବୋଲି ସଫେଇ ଦେଇଥିଲେ। ଯେତିକି ଆସିବେ ସେତିକିରେ କୋଭିଡ ନିୟମକୁ ପାଳନ କରାଯାଇ କରାଯିବ ପରେ ସାତ ଦିନ ମଧ୍ୟରେ ଯେଉଁମାନେ ଚାହିଁବେ ସେମାନଙ୍କର ମତା ମତ ସେମାନେ ଲିଖିତ ଭାବରେ ପଠାଇ ପାରିବେ ବୋଲି ଏଡିଏମ ଅକ୍ଷୟ କୁମାର ମଲିକ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button