ରାଜ୍ୟ

ଘରକୁ ଫେରୁଥିଲେ; ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ବାଇକ ଯୋଗେ ଘରକୁ ଫେରୁଥିଲେ ୨ ସାଙ୍ଗ। ଅଧବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ସାଙ୍ଗଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କଟାପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ରାଜିନ୍ଦ୍ର ବାରିକ ଓ ସଚ୍ଚିତା ପ୍ରଧାନ। ଉଭୟଙ୍କ ଘର ଼କଟାପାଲି ଗାଁରେ ବୋଲି ଜଣାଯାଇଛି।

ଗତକାଲି ରାଜିନ୍ଦ୍ର ଓ ସଚ୍ଚିତା ଘଟୋପାଲିରୁ କାମସାରି ନିଜ ଗାଁ କଟାପାଲିକୁ ଫେରୁଥିଲେ।

ଏହି ସମୟରେ ଏକ ବାଇକ୍ ଆସି ସେମାନଙ୍କ ବାଇକ୍କୁ ପଛରୁ ଧକ୍କା ଦେଇଥିଲା। ଉଭୟ ବାଇକରୁ ଛିଟିକି ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ରାଜିନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ସଚ୍ଚିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଅନ୍ୟ ବାଇକ୍ ଆରୋହୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବିନିକା ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button