IBN ଓଡ଼ିଶା ବ୍ୟୁରୋ

ପପୁଙ୍କ ଓପନ୍‌ ଚ୍ୟାଲେଞ୍ଜ: ୨୪ ଘଣ୍ଟାରେ ବିଷ୍ଣୋଇ ଗ୍ୟାଙ୍ଗକୁ ମାଟିରେ ମିଶାଇ ଦେବି

‘ମାଟିରେ ମିଶାଇ ଦେବି ଅପରାଧର ସାମ୍ରାଜ୍ୟ। ଯଦି ଅନୁମତି ମିଳେ ତେବେ ୨୪ ଘଣ୍ଟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଶେଷ କରିଦେବି।’ ଏଭଳି ଓପନ୍ ଚ୍ୟଲେଞ୍ଜ ଦେଇଛନ୍ତି ବିହାର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ସିନ୍ଦେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଏତେ ବଡ ନେତାଙ୍କୁ ଯଦି ହତ୍ୟା କରାଯାଇପାରୁଛି ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି। ଏହାରି ଭିତରେ ବିହାରର ସ୍ୱାଧୀନ ସାଂସଦ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଇଛନ୍ତି ଓପନ୍ ଚ୍ୟାଲେଞ୍ଜ।

ପପୁ ଯାଦବ କହିଛନ୍ତି ଯେ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ପରି ଏଭଳି ଛୋଟିଆ ମୋଟିଆ ଅପରାଧୀଙ୍କ ସମ୍ପୂର୍ଣ୍ଣ ନେଟୱର୍କକୁ ମାଟିରେ ମିଶାଇ ଦେବେ। ପୂର୍ଣ୍ଣିୟା ସାଂସଦ ନିଜର ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ପୋଷ୍ଟରେ ରାଗି ଯାଇ ବିବାଦୟୀ ଶବ୍ଦର ପ୍ରୟୋଗ ମଧ୍ୟ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button