ରାଜନୀତି

ବିଜେପି ନେତାଙ୍କ ପରାମର୍ଶ: ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ସଲମାନ

ନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଥିବା କଥା ସାମ୍ନାକୁ ଆସିଛି। ଏହି ଗ୍ୟାଙ୍ଗ ବହୁ ଦିନ ଧରି ସଲମାନ ଖାନଙ୍କୁ ଧମକ ମଧ୍ୟ ଦେଇ ଆସୁଛି। ତେଣୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଥିପାଇଁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡି କରାଯାଇଛି। ଏହାରି ଭିତରେ ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ ଅଭିନେତା ସଲମାନ ଖାନ୍ଙ୍କୁ ପରାମର୍ଶ ଦେଇଛନ୍ତି ଜଣେ ବିଜେପି ନେତା।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ହରନାଥ ସିଂହ ଯାଦବ। ସଲମାନ ଖାନଙ୍କୁ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପ୍ରିୟ ସଲମାନ ଖାନ। କଳା ହରିଣ ହେଉଛି ବିଷ୍ଣୋଇ ସମ୍ପ୍ରଦାୟ ଦେବତା। ଏହାକୁ ସେମାନେ ପୂଜା କରନ୍ତି। ତୁମେ ଏହାକୁ ଶିକାର କରି ରୋଷେଇ କରି ଖାଇଲ। ଯେଉଁଥିପାଇଁ ବିଷ୍ଣୋଇ ସମ୍ପ୍ରଦାୟର ଭାବନାକୁ ଆଘାତ ଲାଗିଛି।

ଦୀର୍ଘ ଦିନ ଧରି ବିଷ୍ଣୋଇ ସମ୍ପ୍ରଦାୟରେ ଆପଣଙ୍କ ପ୍ରତି ଅସନ୍ତୋଷ ରହିଛି। ମଣିଷ ମାତ୍ରକେ ଭୁଲ୍ ହୁଏ। ଆପଣ ଜଣେ ବଡ଼ ଅଭିନେତା, ଦେଶରେ ବହୁ ସଂଖ୍ୟକ ଲୋକ ଆପଣଙ୍କୁ ଭଲ ପାଆନ୍ତି। ତେଣୁ ଆପଣଙ୍କୁ ମୋର ଆନ୍ତରିକ ପରାମର୍ଶ ହେଉଛି ଆପଣ ବିଷ୍ଣୋଇ ସମ୍ପ୍ରଦାୟର ଭାବନାକୁ ସମ୍ମାନ ଦେବା ଉଚିତ। ଏବଂ ନିଜେ କିରଥିବା ବଡ଼ ଭୁଲ ପାଇଁ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ୍ ବୋଲି ବିଜେପି ନେତା କହିଛନ୍ତି।

କହିରଖୁ ଯେ, ଏନସିପି ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ଲରେନ୍ସ ଗ୍ୟାଙ୍ଗ ସଲମାନ ଖାନଙ୍କୁ ଧମକ ଦେଇଛି। ସୋଶାଲ ମିଡିଆ ପୋଷ୍ଟରେ ବିଷ୍ଣୋଇ ଗ୍ୟାଙ୍ଗ କହିଛି ଯେ ଯେଉଁମାନେ ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରୁଛନ୍ତି। ସେମାନଙ୍କୁ ଏହାର ହିସାବ ଦେବାକୁ ପଡିବ।

ଏହାପରେ ସଲମାନ ଖାନ ଓ ତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟର ସୁରକ୍ଷା ବଢ଼ାଇ ଦିଆଯାଇଛି। ତାଙ୍କ ପରିବାର ବଲିଉଡ ତାରକାମାନଙ୍କୁ ଗୋପନୀୟତାକୁ ସମ୍ମାନ ଦେବାକୁ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button