ରାଜନୀତି

ବିଜେଡି ସରକାର – ୩୦% ପିସି ସରକାର : କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ସରକାର ହେଉଛି ୩୦ % ର ପିସି ସରକାର l ପଞ୍ଚାୟତ ଠୁ ଆରମ୍ଭ କରି ଲୋକ ସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର l ବିଜେଡି ର ମନ୍ତ୍ରୀ, ନେତା, ଯନ୍ତ୍ରୀ, ଅଫିସର ମାନେ ଏଥିରେ ସଂପୃକ୍ତ l ପିସି ରୁ ଆଦାୟ ଅର୍ଥ ବିଜେଡି ଦଳର ନିର୍ବାଚନ ଖର୍ଚ୍ଚରେ ବ୍ୟବହୃତ ହେଉଛି l ନବୀନ – ପକ୍ଷଣ୍ଡିଆନ ଙ୍କ ଏବଂ quot; ମୋ ସରକାର ବାସ୍ତବରେ ପିସି ସରକାର ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ସାଙ୍ଘାତିକ ଅଭିଯୋଗ ଆଣିଛି l କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଏହି ଅଭିଯୋଗ ଆଣି କହିଛନ୍ତି କେବଳ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ୨୦ ରୁ ୪୦ ଶତାଂଶ ପିସି ନିଆଯାଉଛି l ୨୦୧୭ ମସିହା ଜୁନ ମାସରେ ରାଜ୍ୟର ପଞ୍ଚାୟତ ଗୁଡିକରେ ପିସି କାରବାର କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ତଦନୁସାରେ ସେହି ଜୁନ ମାସରେ ୨୫୮ ଜଣ ପିସି କାରବାର ରେ ଲିପ୍ତ ସରକାରୀ କର୍ମଚାରୀ ଓ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା ବୋଲି ବିଧାନ ସଭାରେ ତତ୍କାଳୀନ ପଞ୍ଚାୟତି ରାଜ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀ କହିଥିଲେ l ମାତ୍ର ତା ପରେ ନବୀନ ବାବୁ ସେ କଥା ଭୁଲିଗଲେ l ଏବେ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ପିସି କାରବାର ଖୋଲା ଖୋଲି ଚାଲିଛି । ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଓ ତଥାକଥିତ ୫ଟି ଅଧ୍ୟକ୍ଷ ଙ୍କ ଗୋଚରରେ ଏହା ଚାଲୁଛି ଓ ଏହି ପିସି ଅର୍ଥ ବିଜେଡି ଦଳର ନିର୍ବାଚନ କାର୍ଯ୍ୟରେ ଲାଗୁଛି ବୋଲି ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି । କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କୁ ଏକ ଉଦାହରଣ ଭାବରେ ନେଇ ଶ୍ରୀ ଦାସ କହିଛନ୍ତି ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେଉଛି । ହାରାହାରି ୩୦% ପିସି କୁ ହିସାବ କୁ ନେଲେ ପାଖା ପାଖି ୧୦୧୯ କୋଟି ଟଙ୍କା ଆତ୍ମସାତ ହେଉଛି l ସେହି ପରି ୫ଟି ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୦୨୨ -୨୩ ଆର୍ଥିକ ବର୍ଷରେ ୧୨୬୮ କୋଟି ଖର୍ଚ୍ଚ ହେଉଛି । ୩୦% ପିସି ହିସାବରେ ଏଥିରୁ ୩୮୦ କୋଟି ଟଙ୍କା ଚଳୁ କରାଯାଇଛି । ସ୍ୱଚ୍ଛ ଶାସନର ବାହାବା ନେଉଥିବା ପlଣ୍ଡିଆନ ମହୋଦୟ ଏହାକୁ ଅସ୍ୱିକାର କରିପାରିବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ବିଜେଡି ଦଳର ନେତା ବା ପ୍ରବକ୍ତା ମାନଙ୍କର ଯଦି ସତ ସାହସ ଅଛି ତେବେ ଗଣ ମାଧ୍ୟମ ଆଗରେ ଏହାକୁ ଖଣ୍ଡନ କରିବା ପାଇଁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି । କେବଳ ପଞ୍ଚାୟତ ବ୍ୟବସ୍ଥା ରେ ନୁହଁ ପି ସି କାରବାର ସରକାର ଙ୍କ ପ୍ରତିଟି ବିଭାଗରେ ଚାଲିଛି । ତାର ଚେର ଲୋକ ସେବା ଭବନ ଓ ତୃତୀୟ ମହଲା କୁ ମଧ୍ୟ ଲମ୍ବିଛି ।ଖୋଦ୍ ପlଣ୍ଡିଆନ ମହୋଦୟ ରାଜ୍ୟରେ କାର୍ଯ୍ୟାନ୍ୱୟନ ହେଉଥିବା ବଡ଼ ବଡ଼ ପ୍ରକଳ୍ପ ଗୁଡିକରୁ ପିସି ନେଉଛନ୍ତି । ଗଣ ମାଧ୍ୟମ ସାମ୍ନାରେ ସେ ଏହି ଅଭିଯୋଗ କୁ ଖଣ୍ଡନ କରିବା ପାଇଁ ଆହ୍ବାନ ଦେଇଛନ୍ତି । ସେ ଆହୁରି କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ପଞ୍ଚାୟତ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଶ୍ଵାସକୁ ନିଆ ଯାଇନାହିଁ l ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କୁ ଅଣ ଦେଖା କରି ବିଭିନ୍ନ ବିଭାଗ ଦ୍ଵାରା ଠିକାଦାର ମାନଙ୍କୁ ନିଯୁକ୍ତ କରି କାମ କରାଯାଉଛି । ରାଜ୍ୟର ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ମାନେ ଏହାର ବିରୋଧ କରିଛନ୍ତି । ମାନ୍ୟବର ହାକୋର୍ଟଙ୍କ ଛାଟ ପରେ ମଧ୍ୟ ସରକାର ହୋସ କୁ ଆସୁନାହାନ୍ତି । ଏଭଳି ସଂବିଧାନ ବିରୋଧୀ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପ କୁ ଓଡ଼ିଶାର ପ୍ରତ୍ୟେକଟି ପଞ୍ଚାୟତ ପ୍ରତିନିଧି ବିରୋଧ କରିବାକୁ କଂଗ୍ରେସ ଦଳ ଆହ୍ୱାନ ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button