ରାଜ୍ୟ

ଗୋଟିଏ ଜୁଇରେ ଜଳିଲେ ପତି ପତ୍ନୀ – Ibnodisha

[ad_1]

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ବିରକେଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ହୋମ ନିଆଁକୁ ସାକ୍ଷୀ ରଖି ପତ୍ନୀଙ୍କ ହାତ ଧରିଥିଲେ ଭାଗ୍ୟ ପଟେଲ । ହେଲେ ଆଜି ହାତ ଧରା ଧରି ହୋଇ ଚାଲିଗଲେ ଅଫେରା ରାଇଜକୁ । ଆଉ ଜଳିଲେ ଗୋଟିଏ ଜୁଇରେ। କ୍ଷଣକ ଭିତରେ ତୁଟିଗଲା ସଂସାର ସହିତ ସବୁ ସମ୍ପର୍କ। ଜୁଇ ନିଆଁରେ ପାଉଁଶ ହୋଇଗଲା ସ୍ୱାମୀ ସ୍ତ୍ରୀଙ୍କ ସବୁ ସମ୍ପର୍କ ଓ ମୋହ। ଶୁକ୍ରବାର ବିରକେଲ ଗାଁର ଭାଗ୍ୟ ପଟେଲ, ତାଙ୍କ ସ୍ତ୍ରୀ ସୁରେଖା ଓ ଝିଅ ସ୍ନେହଲତା ବାଇକ୍‌ରେ ତାଳଝରନ ଗାଁରେ ହେଉଥିବା ବାହାଘର ଭୋଜିକୁ ଯାଇଥିଲେ। ଭୋଜି ସରିବା ପରେ ପୂରା ପରିବାର ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ହେଲେ ବଲାଙ୍ଗିର ସହର ଲରକିପାଲି ଆଇଟିଆଇ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସମ୍ମୁଖରୁ ଆସି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଭାଗ୍ୟ ପଟେଲଙ୍କ ମୃତ୍ୟୁ ଘଟିଥିଲା। ସୁରେଖା ଓ ଝିଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସୁରେଖାଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ଜୀବନ ସଂଘର୍ଷ କରୁଛନ୍ତି ଝିଅ ସ୍ନେହଲତା।ଆଜି ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଗାଁକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କ ମୃତଦେହକୁ ଏକା ସାଙ୍ଗରେ ଶୋଭାଯାତ୍ରାରେ ନେଇଥିଲେ ପରିବାର ଲୋକ। ଆଉ ଗୋଟିଏ ଜୁଇରେ ଜଳିଥିଲା ସ୍ୱାମୀ ଓ ସ୍ତ୍ରୀଙ୍କ ଚିତା। ସେପଟେ ମୃତକଙ୍କ ପରିବାରକୁ ସରକାରୀ ସାହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଜିଲ୍ଲା ଅଘରିଆ ସମାଜର ସଭାପତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button