ରାଜ୍ୟ

ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘରେ ଘରେ ସୁଭଦ୍ରା ଯୋଜନାର ଆଭାସି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ଏହାକୁ ବିଡ଼ିଓ ମନୀଷା ଦାସ ଉଦଘାଟନ କରିଥିଲେ।

ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲିଙ୍କ ଉପସ୍ଥିତରେ ୨୦୨୧-୨୨ବର୍ଷରେ ଘର ପାଇଁ କାର୍ଯ୍ୟାଦେଶ ପାଇ ଘର ସମ୍ପୂର୍ଣ୍ଣ କରିଥିବା ୧୦ ଜଣ ହିତାଧିକାରୀଙ୍କୁ ଚାବି କାଠି ପ୍ରଦାନ କରିଥିଲେ। ଚଳିତ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବ୍ଲକର ୧୪ଟି ପଞ୍ଚାୟତ ମଧ୍ୟରୁ୧୩ଟି ପଞ୍ଚାୟତରେ ୯୪୦ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) କାର୍ଯ୍ୟାଦେଶ ଆସିଥିବା ବେଳେ ପ୍ରାୟ ୧୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।୧ଲକ୍ଷ୨୦ହଜାର ଟଙ୍କାରେ ଘର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଏଥିରେ ସିଙ୍ଗାରି ପଞ୍ଚାୟତର କୌଣସି ହିତାଧିକାରୀ ଆବାସ ଯୋଜନାରେ ସାମିଲ ହୋଇନଥିବା ଜଣାପଡିଛି। ମୋଦୀଙ୍କ ଜନ୍ମଦିନରେ ଓଡ଼ିଶା ଆସି ଓଡ଼ିଶାର ଅଗଣିତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଜଣଙ୍କ ପିଛା (୫୦୦୦) ପାଞ୍ଚ ହଜାର ଟଙ୍କା ଲେଖାଏଁ ଶୁଭାରମ୍ଭ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button