ସୁଭଦ୍ରା ଯୋଜନାର ଶୁଭାରମ୍ଭ

ବାସୁଦେବପୁର : ଆଜି ବାସୁଦେବପୁର ବ୍ଲକ ପରିସରରେ ସୁଭଦ୍ରା ଯୋଜନାକୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାସୁଦେବପୁର ବ୍ଲକ ପରିସରରେ ଏକ ସଭାର ଆୟୋଜନ କରା ଯାଇଥିଲା। ଅମୀୟ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜକୁମାର ଦତ୍ତ, ବାସୁଦେବପୁର ପୈାରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବାସୁଦେବପୁର ବିଡିଓ ସଞ୍ଜିବକୁମାର ସାହୁ ପରିଚାଳନା କରିଥିଲେ।
ଏହି ଅବସରରେ ବିପିଏମ ବିଣାପାଣୀ ପଣ୍ଡା, ସମ୍ମ।ନୀୟ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଭଦ୍ରକ ଜିଲା ବିଜେପି ଉପସଭାପତି ଉଦୟନାରାୟଣ ମଲ୍ଲିକ, ରକ୍ତତିର୍ଥ ଇରମ ମଣ୍ଡଳର ସଭାପତି କୈଳାଶଚନ୍ଦ୍ର ପଣ୍ଡା, ମହେଶ୍ୱର ଧଳ, ଆଇନଜିବୀ ନୀରଦ ଦାଶ, ହେମନ୍ତ ସନ୍ଧିବିଗ୍ରହ ପ୍ରମୁଖଙ୍କ ସମେତ ବାସୁଦେବପୁରର ବିଭିନ୍ନ ଅଞ୍ଚଳରୁ ପାଖାପାଖି ଦୁଇ ହଜାରରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପ୍ରଶାସନ ଉପସ୍ଥିତ ଥିଲା।




