ରାଜନୀତି
ପରିବର୍ତ୍ତନ ହେଉ ବାଚସ୍ପତି ନିର୍ବାଚନ ତାରିଖ : ନରସିଂହ ମିଶ୍ର – Ibnodisha

[ad_1]
ବଲାଙ୍ଗିର: ବାଚସ୍ପତି ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖରେ ବୈଠକ ଡାକିଲେ ରାଜ୍ୟ ସରକାର । ହେଲେ ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଖାଇ ଅଛି । ଏନେଇ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ, ସରକାର ଏହି ଦିନକୁ ବାଛିବା ଠିକ୍ କଥା ନୁହେଁ । ସରକାର ବୋଧହୁଏ ଚାହୁଁ ନାହାଁନ୍ତି ଯେ, ପଶ୍ଚିମ ଓଡ଼ିଶାର ବିଧାୟକମାନେ ବାଚସ୍ପତି ନିର୍ବାଚନରେ ଉପସ୍ଥିତ ରୁହନ୍ତୁ । ଠିକ୍ ସେହିପରି ରାଜ୍ୟ ସରକାର ଦୁଇ ଦିନ ନୂଆଖାଇ ପାଇଁ ଛୁଟି ଘୋଷଣା କରିଛନ୍ତି । ଏହି ଦିନ ବାଚସ୍ପତି ନିର୍ବାଚନ ପାଇଁ ବିଧାୟକମାନେ କେଉଁଠି ବସିବେ ଏନେଇ ସରକାର ପୁନଃ ବିଚାର କରନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି । ସରକାରଙ୍କ ଏଭଳି ମନମାନୀ ନିଷ୍ପତ୍ତି ଏହି ଅଞ୍ଚଳ ପ୍ରତି ଆଞ୍ଚଳିକ ବୈଷମ୍ୟତାର ପ୍ରମାଣ ଦେଉଛି ବୋଲି ସେ କହିଛନ୍ତି ।
[ad_2]




