ରାଜନୀତି

ଲୋକଙ୍କ ପାଇଁ ଲଢ଼ି ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌..

ବିଜେଡି ର ହୋଇଛି ନବକଳେବର  । ଗତକାଲି ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟନାୟକ  । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରିଛନ୍ତି ।  ଏହାପରେ ବିଜେଡ଼ି ପ୍ରେସମିଟ କରି ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛି  । ଗତକାଲି ଏକ ପବିତ୍ର ଦିନ ଘୋଷଯାତ୍ରା ଦିନ ମିଡ଼ିଆ ପରିଚାଳନା

ଦାୟିତ୍ୱ ଦେଇଛନ୍ତି। ମିଡ଼ିଆ ସେଲ ଗଠନ ହୋଇଛି। ବିଗତ ଦିନରେ ବି ମିଡ଼ିଆ ସେଲ ଭଲ ଭାବେ କାମ କରିଛି। ମିଡ଼ିଆ ସେଲ ଜରିଆରେ ଦଳକୁ ଆହୁରି କ୍ରିୟାଶୀଳ କରିବାରେ ଉଦ୍ୟମ ରହିବ। ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ। ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ। ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ। ନୂଆ ଷ୍ଟେଟ କମିଟି ଖୁବ ଶୀଘ୍ର ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ବରିଷ୍ଠ ରାଜ୍ୟ ମୁଖ୍ୟ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button