ରାଜନୀତି

ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲା : ଚାର୍ଜସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାମ – Ibnodisha

[ad_1]

ନୂଆଦିଲ୍ଲୀ : ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ଫସିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚାର୍ଜସିଟରେ ଭୂପେଶଙ୍କ ନାମ ସାମିଲ କରିଛି। ଚାର୍ଜସିଟରେ ନାମ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କେଉଁ ସମୟରେ ବି ପଚରାଉଚରା ପାଇଁ ସମନ ପଠାଇପାରେ ବୋଲି କୁହାଯାଉଛି। ଅଭିଯୁକ୍ତ ଅସୀମ ଦାସ ଦାବି କରିଛି ଯେ, ନିର୍ବାଚନ ସମୟରେ ବ୍ଘେଲଙ୍କୁ ମହାଦେବ ଆପ୍ ପ୍ରମୋଟର୍ସ ୫୦୮କୋଟି ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ନିର୍ବାଚନ ସମୟରେ ବାଘେଲକୁ ପଠାଯାଇଥିଲା। ସେ ଏହି ଟଙ୍କାଙ୍କୁ ନିର୍ବାଚନରେ ବ୍ୟବହାର କରିଥିଲେ।ଗିରଫ ପରେ ଅଭିଯୁକ୍ତ ଅସୀମ ଦାସଙ୍କ ଲୁଚି ରହିଥିବା ସ୍ଥାନରୁ ଇଡି ୫କୋଟି ୩୯ଲକ୍ଷ ଟଙ୍କା ଜବତ କରିଛି। ଅସୀମ ଦାସଙ୍କ ବ୍ୟତୀତ ଶୁଭମ ସୋନି, ଅମିତ ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂଙ୍କ ନାମ ମଧ୍ୟ ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏସଆଇଟି ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଦୀକ୍ଷିତ କୋଠାରି ବୋଲି ଜଣାପଡିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଜାନୁଆରି ୧୧ପର୍ଯ୍ୟନ୍ତ ପୁଲିସ ରିମାଣ୍ଡକୁ ପଠାଯାଇଛି। ପୁଲିସ କହିଛି ଯେ କୋଠାରି ଏକ ବେଟିଂ ଆପର ମୁଖ୍ୟ ଅପରେଟର ଥିଲେ। ସେ ବିଦେଶରେ ଏକ ଡୋମେନ୍ ପଞ୍ଜିକରଣ କରି ଭାରତରେ ବେଟିଂ ଆପ୍ ଚଳାଉଥିବା ଅଭିଯୋଗ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button