ରାଜନୀତି

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଆଜି ଯୋଡ଼ିହେବ ଆଉ ୨ ଜିଲ୍ଲା – Ibnodisha

[ad_1]

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମର ଉଭୟ ଜିଲ୍ଲାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୨ ବ୍ଲକକୁ ୨୫୧.୫୦ କୋଟି ଟଙ୍କାର ଅନୁଦାନ ମିଳିବ। ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା, ଭଞ୍ଜନଗର, ଛତ୍ରପୁର, ଖଲ୍ଲିକୋଟ, ଦିଗପହଣ୍ଡି, ସୋରଡ଼ା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳି, ପୋଲସରା ଓ କବିସୂର୍ଯ୍ୟନଗର। ଏହି ସବୁ ନିର୍ବାଚନମଣ୍ଡଳୀର ମୋଟ ୫୦୩ଟି ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦ କୋଟି ମଞ୍ଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା, ବୀରମହାରାଜପୁର ଓ ସୋନପୁର। ଏହି ଅର୍ଥରେ ମୋଟ ୧୪୧୯ଟି ପ୍ରକଳ୍ପ କାର୍ଯ୍ୟନ୍ୱୟନ ହେବ। ଉପରୋକ୍ତ ୨ ଜିଲ୍ଲାରେ ୩୦୬ କୋଟି ଟଙ୍କା ବିନିମୟରେ ମୋଟ ୭୧୨୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ଅବସରରେ ଉଭୟ ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button