ରାଜନୀତି

ଇଡି ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାମ – Ibnodisha

[ad_1]

ନୂଆଦିଲ୍ଲୀ: ହରିୟାଣା ଜମି ଦୁର୍ନୀତି ମାମଲାରେ ବେଆଇନ ନେଣଦେଣର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମ ସାମିଲ କରାଯାଇଛି। ପ୍ରିୟଙ୍କାଙ୍କ ପତି ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ନାମ ମଧ୍ୟ ଇଡିର ଏହି ଚାର୍ଜସିଟରେ ରହିଛି । ତେବେ ଇଡିର ଏହି ଅଭିଯୋଗ ଫର୍ଦ୍ଦରେ କାହାକୁ ମଧ୍ୟ ଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇନାହିଁ। ଇଡି ଚାର୍ଜସିଟରେ ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀ ସିସି ଥମ୍ପି ଏବଂ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ସୁମିତ ଚଢ଼ାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏହି ଦୁଇ ବ୍ୟବସାୟୀ ପଳାତକ ଅସ୍ତ୍ର ବେପାରୀ ସଂଜୟ ଭଣ୍ଡାରୀଙ୍କୁ ସହାୟତା କରିଥିଲେ।ପ୍ରିୟଙ୍କା ଗାନ୍ଧିଙ୍କର ଦିଲ୍ଲୀ ସ୍ଥିତ ରିୟଲ ଇଷ୍ଟେଟ ଏଜେଣ୍ଟ ଏଚ୍‌ଏଲ୍‌ ପାହୱାଙ୍କ ସହିତ ବେଆଇନ ନେଣଦେଣ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ପ୍ରିୟଙ୍କା ୨୦୦୬ ମସିହାରେ ଫରିଦାବାଦରେ ଅତି ଶସ୍ତା ଦରରେ ଜମି କିଣିଥିଲେ ଏବଂ ୪ ବର୍ଷ ପରେ ଏହାକୁ ପୁଣି ସମାନ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଫରିଦାବାଦର ଅମୀପୁର ଗ୍ରାମରେ ପ୍ରିୟଙ୍କାଙ୍କ ନାମରେ ଏକ ଘର ମଧ୍ୟ କିଣାଯାଇଥିଲା। ଏଚ୍‌ଏଲ୍‌ ପାହୱାଙ୍କଠାରୁ ପ୍ରିୟଙ୍କା ୨୦୦୫ରୁ ୨୦୦୬ ମଧ୍ୟରେ ଅମୀପୁରରେ ୪୦.୮ ଏକର ଜମି କ୍ରୟ କରିଥିଲେ ଏବଂ ଡିସେମ୍ବର ୨୦୧୦ରେ ତାହାକୁ ପୁଣି ତାଙ୍କୁ ବିକ୍ରି କରିଦେଇଥିଲେ। ଏଭଳି କାରବାର ଥମ୍ପିଙ୍କ ସହିତ ମଧ୍ୟ ହୋଇଥିଲା। ଥମ୍ପିଙ୍କୁ ୨୦୨୦ରେ ଗିରଫ କରାଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button