ରାଜନୀତି

ଘୃଣା ବିରୋଧରେ ସର୍ବଦା ପ୍ରେମର ବିଜୟ ହୋଇଥାଏ : ରାହୁଲ ଗାନ୍ଧୀ – Ibnodisha

[ad_1]

ଆଗ୍ରା: ଆଗ୍ରାର ଟେଡି ବଗିଆରେ ରବିବାର ରାଜନୀତିର ଏକ ନୂତନ ଝଲକ ଦେଖିବାକୁ ମିଳିଛି। ଦୁଇଟି ଦଳ ଓ ଦୁଇଟି ଭିନ୍ନ ବିଚାର ଏକାଠି ହୋଇଛନ୍ତି। ଏଥିସହ ଦୁଇ ଦଳ ସଂକଳ୍ପ ନେଇଛନ୍ତି ବିଜେପି ହଟାନ୍ତୁ, ଦେଶ ବଚାନ୍ତୁ, ଉତ୍ତର ପ୍ରଦେଶରେ ୮୦ ହରାନ୍ତୁ ଓ ସମ୍ବିଧାନ ବଞ୍ଚାଅ। କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଘୃଣା ବିରୋଧରେ ସର୍ବଦା ପ୍ରେମର ବିଜୟ ହୋଇଥାଏ। ଏହି ଅବସରରେ ରାହୁଲ ଘୋଷଣା କରିଛନ୍ତି, ଆମେ କ୍ଷମତାକୁ ଆସିଲେ ଗୋଟିଏ ମିନିଟ୍‌ରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଲାଗୁ କରିବୁ। ଦଳିତ-ମୁସଲିମ ବହୁଳ ଅଞ୍ଚଳରେ ଜମିଥିବା ଭିଡ଼ରେ ଉତ୍ସାହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ଏହା ପ୍ରେମର ସହର।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସହ ଅଲିଗଡ଼-ହାଥରସ ଦେଇ ଆଗ୍ରାର ଟେଡି ବଗିଆରେ ପହଞ୍ଚିଥିଲେ। ଏଠାରେ ତାଙ୍କ ସହ ଯୋଗ ଦେଇଥିଲେ ସପା ମୁଖିଆ ଅଖିଳେଶ ଯାଦବ। ତିନି ନେତା ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତୀମାରେ ମାଲାର୍ପଣ କରିଥିଲେ। ଏହା ପରେ ସମବେତ ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ମେଣ୍ଟର ପ୍ରଥମ କାମ ଦେଶରେ ପ୍ରସାରିତ ଘୃଣା ବିରୋଧରେ ଦୃଢତାର ସହ ଛିଡ଼ା ହେବା। ଆଜି ଗରିବ, କୃଷକ, ମହିଳାଙ୍କ ସହ ଅନ୍ୟାୟ ହେଉଛି। ଏଥିପାଇଁ ଯାତ୍ରାରେ ଅନ୍ୟାୟ ଶବ୍ଦ ଯୋଡ଼ା ଯାଇଛି। ଦେଶର ବଜେଟ୍ ଯେଉଁମାନେ ପ୍ରସ୍ତୁତ କରନ୍ତି ସେମାନଙ୍କ ମଧ୍ୟରେ ଗରିବ, ଦଳିତ, ପଛୁଆ ବର୍ଗର ଲୋକଙ୍କ ଭାଗିଦାରୀ ନ ଥାଏ ବୋଲି ରାହୁଲ କହିଛନ୍ତି। ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଗରିବ, କୃଷକଙ୍କୁ ସମ୍ମାନ ମିଳିବା ଉଚିତ୍। ମାତ୍ର ଆଜି ଦେଶରେ ସେମାନଙ୍କୁ ସମ୍ମାନ ମିଳୁନି। କୃଷକ ଓ ଗରିବଙ୍କ ସହ ଅନ୍ୟାୟ ହେଉଛି। ଦେଶର କୃଷକ ଦୁଃଖି। ସେମାନଙ୍କର ଏମଏସପି ଦାବି ପୂରା ହେବା ଉଚିତ୍। ଯୁବ ପିଢିଙ୍କ ସ୍ଵପ୍ନ ଭାଙ୍ଗି ଦିଆଯାଉଛି। ଚାକିରି ମିଳୁନି କି ନିଯୁକ୍ତିର ସୁଯୋଗ ଦିଆଯାଉନି। ଯୁବ ବର୍ଗ ଡିଗ୍ରୀକୁ ଜାଳି ଆତ୍ମହତ୍ୟା କରୁଛି। ଉତ୍ତର ପ୍ରଦେଶରେ ନିଯୁକ୍ତିରେ ପେପର ଲିକ୍ ହେଉଛି ବୋଲି ଅଖିଳେଶ ଯାଦବ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button