ରାଜନୀତି

କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମଲ୍ଲିକାର୍ଜୁନ – Ibnodisha

[ad_1]

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଖାର୍ଗେ କହିଛନ୍ତି, ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଭାରତ ଜଣାଶୁଣା। ପ୍ରତ୍ୟେକ ନାଗରିକ ଭୋଟ ଦେବାକୁ ଆଗ୍ରହୀ ଅଟନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟେକ ରାଜନୈତିକ ଦଳ ସମାନ ସୁଯୋଗ ପାଇବା ଉଚିତ୍‌। ଶାସକ ବିଜେପି ସରକାର ସମ୍ବଳ, ଗଣମାଧ୍ୟମ, ସାମ୍ବିଧାନିକ ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ କବଜା କରିଛି। ସମସ୍ତ ଦଳ ସମାନ ସୁଯୋଗ ପାଇ ନ ସେ ଅଭିଯୋଗ କରିଛନ୍ତି।

 

 

 

 

 

 

 

 

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button