ରାଜନୀତି

ସୋନପୁରକୁ କାହିଁକି ବାଛିଲେ : ଅମିତ ଶାହ ?

ସୋନପୁରକୁ କାହିଁକି ବାଛିଲେ ଶାହ ! ଉପକୂଳ, ଦକ୍ଷିଣ ଓ ଉତ୍ତର ପରିବର୍ତ୍ତେ କାହିଁକି ପଶ୍ଚିମ ଓଡିଶାକୁ ବାଛିଲା ବିଜେପି ? ତେବେ ପଶ୍ଚିମ ଓଡିଶାରେ ବିଜେପିର ଭଲ ପ୍ରଭାବ ରହିଛି ବୋଲି ଚର୍ଚା ହେଉଛି । ତେଣୁ ପଶ୍ଚିମ ଓଡିଶାରୁ ଦଳକୁ ଭଲ ଫାଇଦା ମିଳିବ ବୋଲି ଦଳ ସେହି ସ୍ଥାନରେ ହେଭିୱେଟ ନେତାଙ୍କୁ ରଖି ବାଜି ମାରିବ ବୋଲି କୁହାଯାଉଛି । 2019 ରେ ଲୋକସଭା 5 ଆସନରୁ 5 ହସନ ହାତେଇଥିଲା ବିଜେପି । ଯେହେତୁ ଏଥର ପଶ୍ଚିମ ଓଡିଶାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲଢୁଛନ୍ତି ।

ବଲାଙ୍ଗିର ଲୋକସଭା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି । ତେଣୁ ସେଠାରେ ତାଙ୍କୁ ଚେକ୍ ଦେବା ପାଇଁ ବିଜେପି ଦଳରୁ ସେଠାରେ ବିଶାଳ ସଭାର ଆୟୋଜନ କରାଯାଇଛି । ଏଥିସହ ବଲାଙ୍ଗିର ଲୋକସଭା ଅଧୀନରେ ଆସୁଥିବା ସୋନପୁର ପଶ୍ଚିମ ଓଡିଶାର ହେଉଛି ଏକ ଷ୍ଟ୍ରାଟେଜି ପଏଣ୍ଟ । ଏହି ଲୋକସଭା କ୍ଷେତ୍ରରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ସଂଗୀତା ସିଁଦେଓ । ତାଙ୍କୁ ଟକ୍କର ଦେବେ ବିଜେଡିରୁ ସୁରେନ୍ଦ୍ର ସିଁଦେଓ ।

ସେମିତି ପଶ୍ଚିମ ଓଡିଶାର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଲୋକସଭା ଆସନ ସମ୍ବଲପୁରରେ ମଧ୍ୟ ହେଭିୱେଟଙ୍କ ମଧ୍ୟରେ ଲଢେଇ ଚାଲିଛି । ବିଜେପି ଯୋଦ୍ଧା ଭାବରେ ହେଭିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ବଲପୁରରୁ ଲଢୁଛନ୍ତି । ଅପର ପକ୍ଷରେ ବିଜେଡିରେ ସେଠାରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢୁଛନ୍ତି । ପ୍ରଥମରୁ ହିଁ ପଶ୍ଚିମ ଓଡିଶାକୁ ବିଜେପି ଦ୍ରୁଷ୍ଟିରେ ରଖି ସେହି ସ୍ଥାନରେ ନିଜର ନିର୍ବାଚନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରି ଆସିଛି । ଗତ ଫେବୃଆରୀ 3 ତାରିଖରେ ପ୍ରଧାନମନ୍ତ୍ରୀ ସମ୍ବଲପୁରକୁ ଆସି ସେଠାରେ ମୋଦୀ ଗ୍ୟାରେଣ୍ଟି ସମାବେଶ କରିକି ଯାଇଛନ୍ତି ।

ତେବେ 24 ତାରିଖରେ ହେଭିୱେଟରୁ ପଶ୍ଚିମ ଓଡିଶାକୁ ବଳ ଦେବା ପାଇଁ  ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି ଅମିତ ଶାହ । 25 ତାରିଖରୁ କେନ୍ଦ୍ରୀୟ ନେତା ମାନଙ୍କ ଗସ୍ତ ଆରମ୍ଭ ହେଉଥିବା ବେଳେ ଆଗକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଅନ୍ଯାନ୍ଯ ହେଭିୱେଟ ନେତା ମଧ୍ୟ ପ୍ରଚାର ମଇଦାନକୁ ଆସିବାକୁ ଯାଉଛନ୍ତି । ତେବେ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତିକି ଏହି ସବୁକୁ ନେଇ ଚର୍ଚା ଜୋର ଧରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button