IBN ଓଡ଼ିଶା ବ୍ୟୁରୋ

ଟ୍ରେନରେ ନିଜ ଛେଳି ସହ ଯାଉଥିଲେ ମହିଳା, ହଠାତ୍ ପହଞ୍ଚିଗଲେ ଟିଟିଇ, ଆଉ ତାପରେ

ଗରିବ ହେଲେ ବି ଛେଳିର ଟିକେଟ କରି ଟ୍ରେନରେ ଗଲେ ମହିଳା…ହଁ ଆଜ୍ଞା ଟ୍ରେନରେ ଯାତ୍ରା କରିବା ସମୟରେ ଟିକେଟ କରିଯିବାକୁ ପଡିଥାଏ। ଏହା ତ ସମସ୍ତଙ୍କୁ ଜଣା ଅଛି । ହେଲେ ଟ୍ରେନର ନିୟମ ଜାଣି ମଧ୍ୟ କିଛି ଲୋକ ନିୟମକୁ ଉଲଂଘନ କରି ଟ୍ରେନରେ ଯିବା ସମୟରେ ଟିକେଟ କରିନଥାନ୍ତି । ଫଳରେ ଟିଟିଇଙ୍କ ହାବୁଡରେ ପଡି ଜୋରିମାନା ମଧ୍ୟ ସେମାନଙ୍କୁ ଦେବାକୁ ପଡିଥାଏ । ହେଲେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ ।

ହେଲେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି । ଟ୍ରେନରେ ଛେଳିକୁ ନେଇ ଯିବା ସମୟରେ ମହିଳା ଜଣଙ୍କ ନିଜ ପାଇଁ ଟିକେଟ କରିବା ସହ ନିଜ ଛେଳିର ଟିକେଟ ମଧ୍ୟ କରିକି ମହିଳା ଜଣଙ୍କ ଛେଳିକୁ ନେଇକି ଯାଉଥିଲେ । ଯେତେବେଳେ ଟିଟିଇ ମହିଳା ଜଣଙ୍କୁ ନିଜର ଟିକେଟ ଦେଖେଇବା ପାଇଁ କହିଥିଲରେ । ସେତେବଳେ ସେ ନିଜର ଟିକେଟ ଦେଖେଇବା ସହ ନିଜ ଛେଳିର ଟିକେଟ ମଧ୍ୟ ଟିଟିଇ ଜଣଙ୍କୁ ଦେଖାଇଥିଲେ ।

ତେବେ ମହିଳା ଜଣଙ୍କ ଗରିବ ହେଲେ କଣ ହେଲା । ତାଙ୍କ କଥାବାର୍ତ୍ତାରୁ ତାଙ୍କ ମଧ୍ୟରେ ଥିବା ନମ୍ରତା ଓ ସଚ୍ଚୋଟ ପଣିଆ ଝଲସି ଦେଖା ଯାଉଥିଲା । କାରଣ ସେ ଗରିବ ହେଲେ କଣ ହେଲା । ତାଙ୍କ ପାଖରେ ନିଜର ଆତ୍ମସମ୍ମାନ ରହିଛି । ତାଙ୍କ ଛେଳିକୁ ନେଇ କିଏ କଣ କହିଦେବ । ସେଥିପାଇଁ ସେ ଟ୍ରେନରୁ ଯାତ୍ରା କରିବା ବେଳେ ନିଜ ପାଇଁ ଓ ନିଜ ଛେଳି ପାଇଁ ମଧ୍ୟ ଟିକେଟ କରିକି ତାପରେ ଯାଇ ଟ୍ରେନରେ ଚଢିଥିଲେ ।

ବୃଦ୍ଧ ମହିଳା ଜଣଙ୍କ ନିଜ ଛେଳି ପାଇଁ ଟିକେଟ କରିକି ଛେଳିକୁ ଟ୍ରେନରେ ନେଇ ଯାତ୍ରା କରୁଥିବାରୁ ଏପରି କାର୍ଯ୍ୟ ଦେଖି ଟିଟିଇ ମଧ୍ୟ ତାଯୁବ ହୋଇଯାଇଥିଲେ । ଏଭଳି ଏକ କାର୍ଯ୍ୟରୁ ସେହି ମହିଳାଙ୍କର ସଚ୍ଚୋଟତା ପୁରା ସ୍ପଷ୍ଠ ଭାବେ ଦେଖାଯାଉଥିଲା । ଆଉ ସେହି ମହିଳା ଜଣଙ୍କ ଛେଳି ପାଇଁ ଟିକେଟ କରିଦେଇଛି କହିଲା ବେଳେ ଯେଉଁ ହସ ତାଙ୍କ ମୁହଁରୁ ଫୁଟି ଉଠୁଥିଲା । ତାହା ମଧ୍ୟ ଖୁବ ସୁନ୍ଦର ଥିଲା । ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button