ପୁଣି ଥରେ ଭୁଲ୍କ୍ରମେ ନିଜ ଲଢୁଆ ବିମାନକୁ ଗୁଳି ମାରି ଖସାଇଲା ରୁଷ୍ – Ibnodisha

[ad_1]

ନୂଆଦିଲ୍ଲୀ: ଗତ ୮ ଦିନ ମଧ୍ୟରେ ରୁଷ୍ ପୁଣି ଥରେ ଭୁଲ୍କ୍ରମେ ନିଜର ‘ସୁ-୩୫’ ନାମରେ ଆଉ ଏକ ଲଢୁଆ ଜେଟ୍କୁ ଗୁଳି ମାରି ଖସାଇଥିବା ‘ଟେଲିଗ୍ରାମ୍’ ପୋଷ୍ଟ୍ରୁ ଜଣାପଡ଼ିଛି।
ରୁଷୀୟ ସେନା ‘ବ୍ଲଗର୍’ ‘ଫାଇଟର୍ ବମ୍ବର୍’ ଏକ ‘ଟେଲିଗ୍ରାମ୍’ ପୋଷ୍ଟ୍ରେ ଉଲ୍ଲେଖ କରିଛି ଯେ, ଶୁକ୍ରବାର ଦିନ ଉପରୋକ୍ତ ଘଟଣା ୟୁକ୍ରେନ୍ ଅନ୍ତର୍ଗତ ଦୋନେତ୍ସ୍କ୍ ଅଞ୍ଚଳର ମାରିୟୁପୁଲ୍ରେ ଘଟିଛି।
ଏହି ପୋଷ୍ଟ୍ରେ ‘ବ୍ଳଗର୍’ ‘ଫାଇଟର୍ ବମ୍ବର୍’ କହିଛି, ଆମର ଦୁଃସାହସୀ ବାୟୁସେନା ଏହି ହାରରେ କାର୍ଯ୍ୟ କଲେ ତୁରନ୍ତ ଆମ ପାଖରୁ ସବୁ ଲଢୁଆ ବିମାନ ଶେଷ ହୋଇଯିବ। କିନ୍ତୁ, ରୁଷୀୟ ସରକାରୀ କର୍ତ୍ତୃପକ୍ଷ ଏହି ରିପୋର୍ଟକୁ ସୁନିଶ୍ଚିତ କରି ନାହାନ୍ତି।
ଜେଟ୍ ବିମାନଟି ଆକାଶରୁ ଖସି ପଡୁଥିବା ଦୃଶ୍ୟ ଥିବା ‘ଫୁଟେଜ୍’ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏଥିରେ ଦେଖାଯାଉଛି, ପଡ଼ିଆରେ ଗୋଟାଏ ବିମାନର ଭଗ୍ନାଂଶ ପୋଡ଼ି ଯାଉଛି। ଦୁର୍ଘଟଣାସ୍ଥଳରୁ କଳା ରଙ୍ଗର ବହଳ ଧୂଆଁ ଉଠୁଛି। କିନ୍ତୁ, ପାଇଲଟ୍ ସଫଳତାର ସହିତ ବିମାନରୁ ବାହାରି ଆସି ତାଙ୍କ କଣ୍ଟ୍ରୋଲର୍ଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିଛନ୍ତି ବୋଲି ଅସମର୍ଥିତସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଡେଲି ମେଲ୍’ ରିପୋର୍ଟ କରିଛି।
‘ଫୁଟେଜ୍’ର ସତ୍ୟାସତ୍ୟ ବି ଯାଞ୍ଚ କରାଯାଇ ନାହିଁ। ଯଦି ଏହା ସତ ହୋଇଥାଏ, ତେବେ ଗତ ୮ ଦିନରେ ଏହା ହେବ ରୁଷ୍ ନିଜ ବିମାନକୁ ଗୁଳି ମାରି ଖସାଇବାର ଦ୍ବିତୀୟ ଘଟଣା। ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖ ଦିନ ୟୁକ୍ରେନ୍ର ତୋକ୍ମାକ୍ ନିକଟରେ ରୁଷ୍ ଭୁଲ୍ କ୍ରମେ ତା’ର ଏକ ଲଢୁଆ ଜେଟ୍କୁ ଗୁଳି ମାରି ଖସାଇ ଦେଇଥିଲା।
[ad_2]




