ଦେଶ

ବିଲ୍‌କିସ୍ ବାନୋ ମାମଲା: ୧୧ ଦୋଷୀଙ୍କ ପିଟିସନ୍ ଖାରଜ; ୨୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ ହେବ – Ibnodisha

[ad_1]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବିଲ୍‌କିସ୍ ବାନୋ ମାମଲାରେ ମୁଖ୍ୟ ଅଭିଯୁକ୍ତ ୧୧ଜଣଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ କିଛି ଦିନ ତଳେ ନିର୍ଦ୍ଦେଶ ଦେଇସାରିଥିବା ସତ୍ତ୍ୱେ ଏମାନେ ବର୍ତ୍ତମାନ ସୁଦ୍ଧା ଆତ୍ମସମର୍ପଣ କରିନାହାନ୍ତି । ଅନ୍ୟପକ୍ଷେ ଅଭିଯୁକ୍ତମାନେ ଆତ୍ମସମର୍ପଣ ପାଇଁ ଆଉ କିଛି ଦିନର ସମୟସୀମା ବୃଦ୍ଧି କରିବାକୁ ଦାବି କରିବା ପୂର୍ବକ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଥିଲେ । ଏସମ୍ପର୍କରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଏସବୁ ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ ଏସମସ୍ତ ଅଭିଯୁକ୍ତଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ତାରିଖ ନିର୍ଦ୍ଧାରିତ କରିଥିବା ବେଳେ ଆଜିର ଶୁଣାଣିରେ ଏହାକୁ କାଏମ ରଖିଛନ୍ତି । ଅର୍ଥାତ୍ ଜାନୁଆରୀ ୨୧ତାରିଖରେ ଏମାନଙ୍କ ଆତ୍ମସମର୍ପଣ କରିବାର ସମୟ ଶେଷ ହେଉଛି ।

ଶୁକ୍ରବାର ଜଷ୍ଟିସ୍ ବିଭି ନାଗରତ୍ନା ଏବଂ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ, ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ପିଟିସନ୍ ଉପରେ ଶୁଣାଣି କରି କହିଛନ୍ତି, ଏମାନେ ଆତ୍ମସମର୍ପଣ ପାଇଁ ଯେଉଁ ଯୁକ୍ତି ବା କାରଣ ଦର୍ଶାଇଛନ୍ତି ସେଥିରେ କୌଣସି ଯଥାର୍ଥତା ନାହିଁ । ତେଣୁ ଏସବୁ ଆବେଦନଗୁଡ଼ିକୁ ଖାରଜ କରାଯାଉଛି । ଅଭିଯୁକ୍ତମାନଙ୍କୁ ନିର୍ଦ୍ଧାରିତ ସମୟ ସୁଦ୍ଧା ଆତ୍ମସମର୍ପଣ କରିବାକୁ ହେବ । ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ପ୍ରକାଶ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ୍ ବାନୋଙ୍କୁ ଅପରାଧୀମାନେ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କରି ସମ୍ମୁଖରେ ତାଙ୍କ ପରିବାରର ଅନ୍ୟ ମହିଳାଙ୍କୁ ମଧ୍ୟ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା । ସେହିପରି ପରିବାର ସମସ୍ତ ପୁରୁଷଙ୍କୁ ମଧ୍ୟ ଅତ୍ୟନ୍ତ ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା । ଏହି ସମୟରେ ବିଲ୍‌କିସ୍ ବାନୋ ୫ ମାସର ଗର୍ଭବତୀ ଥିଲେ । ତଥାପି ଅପରାଧୀମାନେ ତାଙ୍କ ପ୍ରତି କୌଣସି ମଣିଷପଣିଆ ଦେଖାଇନଥିଲେ । ଫଳରେ ବାନୋ ନିଜ ଗର୍ଭସ୍ଥ ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ ।

ଏପ୍ରକାର ଏକ ଜଘନ୍ୟ ଅପରାଧରେ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ଗୁଜରାଟ ସରକାର ସେମାନଙ୍କୁ ଜେଲ୍‌ରେ ଉତ୍ତମ ବ୍ୟବହାର ତଥା ଆଚରଣ ପ୍ରଦର୍ଶନ ଆଳରେ ଜେଲ୍‌ଦଣ୍ଡାଦେଶର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ୨୦୨୨ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତାର ଅମୃତ ମହୋତ୍ସବରେ ହିଁ ମୁକ୍ତ କରିଦେଇଥିଲେ । ତେବେ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ବିଲ୍‌କିସ୍‌ଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଗତ ୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ଶୁଣାଇଥିଲେ, ଯେଉଁଥିରେ ଖଣ୍ଡପୀଠ ଗୁଜରାଟ ସରକାର ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଜାନୁଆରୀ ୨୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ତାରିଖ ନିର୍ଦ୍ଧାରିତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button