ଖେଳ

୯୨ତମ ବିଜୟ ସହ ୪ର୍ଥ ରାଉଣ୍ଡ୍‌ରେ ଜୋକୋଭିଚ୍ – Ibnodisha

[ad_1]

ମେଲ୍‌ବର୍ଣ୍ଣ : ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ଶୁକ୍ରବାର ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ର ତୃତୀୟ ରାଉଣ୍ଡ୍‌ରେ ଆର୍ଜେଣ୍ଟିନାର ଟାମସ୍ ମାର୍ଟିନ୍ ଏଚେଭେରୀଙ୍କୁ ହରାଇ ଦେଇଛନ୍ତି । ଏହା ଟୁର୍ଣ୍ଣାମେଣ୍ଟ୍‌ରେ ଜୋକୋଭିଚ୍‌ଙ୍କ ୯୨ ତମ ବିଜୟ । ସେହିପରି ଏହି ଗ୍ରାଣ୍ଡ୍‌ସ୍ଲାମ୍‌ରେ ଏହା ତାଙ୍କର ୧୦୦ତମ ମ୍ୟାଚ୍ ଥିଲା । ଏହି ବିଜୟ ସହ ଜୋକୋଭିଚ୍ ଷୋଡଶ ଥର ଟୁର୍ଣ୍ଣାମେଣ୍ଟ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ରଡ୍ ଲେଭର୍ ଏରିନାରେ ଖେଳାଯାଇଥିବା ୨ ଘଣ୍ଟା ୨୮ ମିନିଟ୍‌ର ଏହି ମ୍ୟାଚ୍‌ରେ ଜୋକୋଭିଚ୍ ୬-୩, ୬-୩, ୭-୬ରେ ବିଜୟୀ ହୋଇଛନ୍ତି । ସେହିପରି ଗ୍ରୀସ୍‌ର ଷ୍ଟାର୍ ଖେଳାଳି ଷ୍ଟେଫାନୋସ୍ ସିତ୍‌ସିପାସ୍ ମଧ୍ୟ ଚତୁର୍ଥ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଶୁକ୍ରବାର ସେ ରଡ୍ ଲେଭର୍ ଏରିନାରେ ଫ୍ରାନ୍ସର ଲୁକା ଭାନ୍ ଏଶ୍‌ଙ୍କୁ ୬-୩, ୬-୦, ୬-୪ ସିଧା ସେଟ୍‌ରେ ହରାଇ ଦେଇଛନ୍ତି । ସେହିପରି ଅନ୍ୟ ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ଆଣ୍ଡ୍ରେ ରୁବ୍‌ଲେଭ୍ ୬-୨, ୭-୬ (୮/୬), ୬-୪ରେ ସେବାଷ୍ଟିଆନ୍ କୋର୍ଡାଙ୍କୁ, ଆଲେକ୍ସ ଡି ମିନାଉର୍ ୬-୩, ୬-୩, ୬-୧ରେ ଫ୍ଲାଭିଓ କୋବୋଲିଙ୍କୁ, ଜାନିକ୍ ସିନର୍ ୬-୦, ୬-୧, ୬-୩ରେ ସେବାଷ୍ଟିଆନ୍ ବାଏଜ୍‌ଙ୍କୁ ଏବଂ ଟେଲର୍ ଫ୍ରିଟ୍‌ଜ ୩-୬, ୬-୪, ୬-୨, ୬-୨ରେ ଫିବିଆନ୍ ମୋରଜ୍‌ସାନ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ଶୁକ୍ରବାର ମହିଳା ସିଙ୍ଗଲ୍ସରେ ୧୦ମ ସିଡ୍ ବିଟ୍ରିଜ୍ ହଡାଡ୍ ମାଇଆ ବିପର୍ଯ୍ୟୟର ଶିକାର ହୋଇଛନ୍ତି । ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଅଣସିଡେଡ୍ ରୁଷ ଖେଳା ମାରିଆ ଟିମୋଫିଭା ତାଙ୍କୁ ୭-୬, ୬-୩ରେ ହରାଇ ବିଦା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାର୍ବୋରା କ୍ରେଜ୍‌କିକୋଭା, ମିରା ଆଣ୍ଡ୍ରିଭା, ୪ର୍ଥ ସିଡ୍ କୋକୋ ଗଫ୍ ଓ ମାଗ୍‌ଡାଲିନା ଫ୍ରେଚ୍ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । କ୍ରେଜିକ୍‌କୋଭା ୪-୬, ୭-୫, ୬-୩ରେ ଷ୍ଟର୍ମ ହଣ୍ଟରଙ୍କୁ, ଆଣ୍ଡ୍ରିଭା ୧-୬, ୬-୧, ୭-୬ (୧୦/୫)ରେ ଡାଏନି ପେରୀଙ୍କୁ, ଗଫ୍ ୬-୦, ୬-୨ ସିଧା ସେଟ୍‌ରେ ଆଲିସିଆ ପାର୍କସ୍‌ଙ୍କୁ ଏବଂ ଫ୍ରେଚ୍ ୪-୬, ୭-୫, ୬-୪ରେ ଆନାସ୍ତାସିଆ ଜାଖାରୋଭାଙ୍କୁ ହରାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button