ଖେଳ

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ବାଂଲାଦେଶ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ନେଦର୍‌ଲାଣ୍ଡ୍‌ସ୍‌ – Ibnodisha

[ad_1]

କୋଲ୍‌କାତା : ଆଜି କୋଲ୍‌କାତାର ‘ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ନେଦର୍‌ଲାଣ୍ଡ୍‌ସ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ୍‌ ପ୍ରଥମେ ବାଂଲାଦେଶ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସଦ୍ୟତମ ସୂଚନା ଅନୁସାରେ, ୪ଟି ବଲ୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ନେଦର୍‌ଲାଣ୍ଡସ୍‌ କୌଣସି ରନ୍‌ ସଂଗ୍ରହ କରିନାହିଁ।ନେଦର୍‌ଲାଣ୍ଡ୍‌ସ୍‌ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ବିକ୍ରମ୍‌ଜିତ ସିଂହ ଓ ମ୍ୟାକ୍ସ୍‌ ଓ’ଡୋୱଡ୍‌।ବାଂଲାଦେଶ ତରଫରୁ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଶରିଫୁଲ୍‌ ଇସ୍‌ଲାମ୍‌।‘ଟସ୍‌’ ଜିଣିବା ପରେ ନେଦର୍‌ଲାଣ୍ଡ୍‌ସ୍‌ର ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ୍‌ କହିଛନ୍ତି, ଆମେ ଆଗ ବ୍ୟାଟିଙ୍ଗ୍‌ କରିବୁ। ୱିକେଟ୍‌ ଭଲ ଦିଶୁଥିବାରୁ ପ୍ରାରମ୍ଭରୁ ଶୀଘ୍ର ଭଲ ଖେଳିବାକୁ ଉଦ୍ୟମ କରିବୁ। ଭଲ ଖେଳିବାକୁ ପ୍ରତ୍ୟାଶା ରହିଥିବାରୁ ଭଲ ଖେଳିବାକୁ ଯତ୍ନବାନ ହେବୁ।ବାଂଲାଦେଶର ଅଧିନାୟକ ଶକିବ୍ ଅଲ୍‌ ହସନ୍‌ କହିଛନ୍ତି, ଆମକୁ ଉଭୟ ବୋଲିଙ୍ଗ୍‌ ଓ ବ୍ୟାଟିଙ୍ଗ୍‌ କ୍ଷେତ୍ରରେ ଭଲ ଖେଳିବାକୁ ପଡ଼ିବ। କୋଲ୍‌କାତାରେ ଆମେ ଭଲ ଖେଳୁ। ତେଣୁ, ଏଠାରେ ପ୍ରଥମେ ବୋଲିଙ୍ଗ୍‌ କରିବା ଭଲ।

ଆଜି ନେଦର୍‌ଲାଣ୍ଡ୍‌ସ୍‌ ଏକାଦଶରେ ଖେଳୁଛନ୍ତି, ବିକ୍ରମ୍‌ଜିତ ସିଂହ, ମ୍ୟାକ୍ସ୍‌ ଓ’ଡୋୱଡ଼, ୱିଲ୍‌ସି ବେରିସି, କଲିନ୍‌ ଆକର୍‌ମାନ୍‌, ସ୍କଟ୍‌ ଏଡ୍‌ୱାର୍ଡସ୍‌(ଅଧିନାୟକ/ୱିକେଟ୍‌ରକ୍ଷକ), ବାସ୍‌ ଡି ଲିଡି, ସାଇବ୍ରାଣ୍ଡ୍‌ ଇଙ୍ଗେଲ୍‌ବ୍ରିଚ୍‌, ଲଗାନ୍‌ ଭାନ୍‌ ବିକ୍‌, ଶାରିଜ୍‌ ଅହମଦ୍‌, ଆର୍ଯ୍ୟାନ୍‌ ଦତ୍ତ ଓ ପଲ୍‌ ଭାନ୍‌ ମିକେରେନ୍‌।

ସେହିପରି, ବାଂଲାଦେଶ ଏକାଦଶରେ ଖେଳୁଛନ୍ତି, ତାନ୍‌ଜିଦ୍‌ ହସନ୍, ଲିଟନ୍‌ ଦାସ, ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ଶକିବ୍‌ ଅଲ୍‌ ହସନ୍‌ (ଅଧିନାୟକ), ମୁଶ୍‌ଫିକର୍‌ ରହିମ୍‌ (ୱିକେଟରକ୍ଷକ), ମହମଦୁଲ୍ଲା, ମେହିଦି ହସନ୍‌, ମହେଦି ହସନ୍‌, ତାସ୍‌କିନ୍‌ ଅହମଦ୍‌, ମୁସ୍ତାଫିଜୁର୍‌ ରହମନ୍‌ ଓ ଶରିଫୁଲ୍‌ ଇସ୍‌ଲାମ୍‌।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button