ରାଜ୍ୟ
କୁହୁଡି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ – Ibnodisha

[ad_1]

ଭୁବନେଶ୍ବର : ଉପକୂଳ ଓଡିଶାର ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଛି। ଏଥିପାଇଁ ଉପକୂଳ ଏବଂ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଦେଖାଦେଇଛି। ଘନ କୁହୁଡି ନେଇ ଶନିବାର ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା , କଟକ ,ଜଗସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର , ନୟାଗଡ, ଗଞ୍ଜାମ , ଗଜପତି, ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି।
ଏସବୁ ସ୍ଥାନରେ ୨୦୦ ରୁ ୫୦ ମିଟରକୁ ଦୃଶ୍ୟମାନ କ୍ଷମତା ଖସି ଯାଇପାରେ। ଏଥିଲାଗି ଗାଡି ଚଳାଚଳ କରିବାବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ସପ୍ତାହେ ଭିତରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
The post କୁହୁଡି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ appeared first on ONA KHABAR.
[ad_2]




