ରାଜ୍ୟ

ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କେବେ ହେଲେ ଏପରି ପ୍ରସଙ୍ଗ ମୁଁ ଉଲ୍ଲେଖ କରିନାହିଁ, ଏନେଇ ମିଥ୍ୟା ପ୍ରଚାର ହେଉଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମଡିଆ ଆକାଉଣ୍ଟ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କୁ ଆଶ୍ବସନା ଦେବାକୁ ଚାହୁଁଛି ଯେ, ମୁଁ ସେପରି କୌଣସି ବିବୃତ୍ତି ଦେଇ ନାହିଁ । ଝାଡ଼ଖଣ୍ଡରେ ରହୁଥିବା ସମସ୍ତ ଓଡିଆ ଭାଇ ଓ ଭଉଣୀମାନେ ସେମାନଙ୍କର ଝାଡଖଣ୍ଡ ପରିଚୟ ପାଇଁ ଗର୍ବିତ । ମୁଁ ଝାଡଖଣ୍ଡର ବିକାଶ ତଥା ସମୃଦ୍ଧତା ପାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି । ବିଜେପି ଝାଡଖଣ୍ଡ ରାଜ୍ୟ ସୃଷ୍ଟି କରିଛି ଏବଂ କେବଳ ବିଜେପିର ଶାସନ କାଳରେ ଝାଡଖଣ୍ଡର ସର୍ବଦଳୀୟ ବିକାଶ ସମ୍ଭବ ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି ।

ମୋର ସାମ୍ବାଦିକ ସମ୍ମିଳନୀ ସମ୍ବନ୍ଧରେ କିଛି ତଥାକଥିତ ନ୍ୟୁଜ୍ ପୋର୍ଟାଲ୍ ଏବଂ ସୋସିଆଲ୍ ମିଡିଆରେ ବିଭ୍ରାନ୍ତିକର ଏବଂ ମିଥ୍ୟା ଖବର ପ୍ରସାରିତ ହେଉଛି । ଯେଉଁଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଓଡିଶାର ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବାକୁ ଚାହୁଁଛନ୍ତି ।

ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶା ସହିତ ଅନ୍ତର୍ଭୁକ୍ତ କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି, କାରଣ ସେଗୁଡ଼ିକ ମୁଖ୍ୟତଃ ଓଡିଆ ଭାଷାଭାଷୀ ଅଞ୍ଚଳ । ଏନେଇ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଓଡିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରାଯାଇ ଏହାର ଦାବି କରାଯାଇଥିଲା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button