ରାଜ୍ୟ

ପୁରୀରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁରୀ, ୧୭/୯ : ମଙ୍ଗଳବାର ଠାରୁ ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ପୁରୀ ପୌର ପରିଷଦ ପକ୍ଷରୁ ଆଜି ପୂର୍ବାହ୍ନରେ ଦିଗବାରେଣୀ ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବ୍ଲୁ ଫ୍ଲାଗ ବିଚ୍ ପର୍ଯ୍ୟନ୍ତ ଯାଇଥିଲା।

ପରେ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ଏକ ମାନବ ଶୃଙ୍ଖଳା, ସ୍ୱଚ୍ଛତା ହିଁ ସେବା ଶପଥ ପାଠ, ସ୍ୱାକ୍ଷର ଅଭିଯାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏନଫୋର୍ସମେଣ୍ଟ ଅଧିକାରୀ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକୁ ଉଦଘାଟନ କରିବା ସହ ଶପଥ ପାଠରେ ସାମିଲ ହୋଇଥିଲେ। ଏହି ଅବସରରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ପ୍ରତ୍ୟେକଙ୍କ ପାଇଁ ସ୍ୱଛତା ଜରୁରୀ। ନିଜେ ନିଜ ପରିବାର, ନିଜ ପରିସର ସ୍ୱଚ୍ଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥୀ, ମିଶନ ଶକ୍ତି ମାଆମାନେ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button