ରାଜ୍ୟ

ଜଳର ସୁବିନିଯୋଗ,ସୁକିନ୍ଦାରେ ଆଣିବ ସବୁଜ ବିପ୍ଳବ – Ibnodisha

[ad_1]

ଯାଜପୁର : ଜୀବନଦାୟୀ ଜଳର ସଂରକ୍ଷଣରେ ହିଁ ଭବିଷ୍ୟତ ପିଢ଼ୀର ମଙ୍ଗଳ । ବୈଜ୍ଞାନିକ ପଦ୍ଧତିରେ ଚାଷ ଦ୍ୱାରା ହିଁ ପାଣିର କିପରି ସୁବିନିଯୋଗ ହୋଇପାରେ,ସେହି ଲକ୍ଷ୍ୟରେ ଆଜି ସୁକିନ୍ଦା ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ରେଙ୍ଗାଲି ବାମ ପାର୍ଶ୍ୱ କେନାଲ ଦ୍ୱାରା ଜଳସେଚିତ ହେଉଥିବା ଅଞ୍ଚଳର ଚାଷୀମାନଙ୍କୁ ପାଣିର ସଦ୍ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଖଣି ଏବଂ ଶିଳ୍ପାଞ୍ଚଳ ସୁକିନ୍ଦାରେ ପାଣିର ଉପଯୁକ୍ତ ବ୍ୟବହାର କରି ଏଠାରେ ସବୁଜ ବିପ୍ଳବ ଆଣିବା ଲାଗି ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି।ଜଳ ସଂରକ୍ଷଣର ଉପକାରିତା ସଂପର୍କରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button