ରାଜ୍ୟ

ଓଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ!

ଡ଼ିଶାରେ ଲୁଚିଛି ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ। ବେଙ୍ଗାଲୁରୁ ପୁଲିସ୍ ଘଟଣାର ତନାଘନା କରୁଥିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି।

ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିବା ଜଣାପଡ଼ିଛି।

ଏ ସମ୍ପର୍କରେ କର୍ଣ୍ଣାଟକାର ଗୃହ ମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।

ଓଡ଼ିଶାରେ ଲୁଚି ଥିବା ସନ୍ଦିଗ୍ଧ ଅଭିଯୁକ୍ତ ଜଣଙ୍କ ବେଙ୍ଗାଲୁରୁର ଭୟାଲିକାବାଲ ଠାରେ ଜଣେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରିଥିଲେ। ଏହାପରେ ଏହାକୁ ରୁମରେ ଥିବା ଫ୍ରିଜ ମଧ୍ୟରେ ରଖି ଫେରାର ହୋଇଯାଇଛି। ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଏସବୁ ଭିତରେ ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆମେ ଏହି ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛୁ। ହତ୍ୟା ଘଟଣା ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଛି। ହତ୍ୟା ଅଭିଯୁକ୍ତକୁ ପୁଲିସ୍ ଓଡ଼ିଶାରେ ଠାବ କରି ସାରିଛି। ସେ ଅପରାଧ ଘଟାଇଥିବା ପ୍ରମାଣ ଏକାଠି କରାଯାଉଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ୩ରୁ ୪ଟି ଟିମ ପଠାଇଛି।

ଅଭିଯୁକ୍ତ ଜଣଙ୍କ ନିୟମିତ ସ୍ଥାନ ବଦଳାଉ ଥିବାରୁ, ତା’ ଉପରେ ମଧ୍ୟ ନଜର ରହିଛି। ଶେଷ ଖବର ଅନୁସାରେ ସେ ଓଡ଼ିଶାରେ ହିଁ ରହିଥିବା ସ୍ପଷ୍ଟ ହୋଇଛି। ତା’କୁ ଧରିବା ପରେ ଆମେ ଅଧିକ ସୂଚନା ପାଇ ପାରିବୁ। ୨ରୁ ୩ ଜଣ ଲୋକଙ୍କୁ ପୁଲିସ୍ ହେପାଜତକୁ ନେଇଛି। କିନ୍ତୁ ମିଳିଥିବା ପ୍ରମାଣ ଓ ସୂଚନା ଅନୁସାରେ ଓଡ଼ିଶା ଲୁଚିଥିବା ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେଣୁ ତା’କୁ ଧରିବାକୁ ଟିମ ଯାଇଛି।”

ଶନିବାର ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କ ଅଧା ପୋଚି ଯାଇଥିବା ଖଣ୍ଡବିଖଣ୍ଡିତ ମୃତଦେବକୁ ସେ ରହୁଥିବା ଆପାର୍ଟମେଣ୍ଟ ରୁମର ଫ୍ରିଜରୁ ଠାବ କରାଯାଇଥିଲା। ମହାଲକ୍ଷ୍ମୀ ବିବାହିତ ହୋଇଥିଲେ ହେଁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏକାକୀ ରହୁଥିଲେ। ଏହି ସମୟରେ ଜଣେ ଯୁବକଙ୍କ ସହ ତା’ଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ଭବତଃ ସେ ହିଁ ତାଙ୍କୁ କରିଥିବା କୁହାଯାଉଛି। କିନ୍ତୁ ପୁଲିସ ଏଯାଏ ଏ ସମ୍ପର୍କରେ କିଛି ବି କହିନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button