ରାଜ୍ୟ
ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୫୦ ମଲ୍ଟି ପର୍ପୋଜ୍ ସାଂସ୍କୃତିକ-କମ୍-କମ୍ୟୁନିଟି ସେଣ୍ଟର ସଂରକ୍ଷଣ; ୨୨ ଜିଲ୍ଲାରେ ବ୍ୟୟ ହେବ ୪୫ କୋଟି – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ୧୫୦ ମଲ୍ଟି ପର୍ପୋଜ୍ ସାଂସ୍କୃତିକ-କମ-କମ୍ୟୁନିଟି ସେଣ୍ଟରକୁ ସଂରକ୍ଷଣ କରିବା ନିମେନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୨ଟି ଜିଲ୍ଲାରେ ଏଥିପାଇଁ ୪୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିମଧ୍ୟରେ ଖ୍ରୀଷ୍ଟିଆନ, ମୁସଲମାନ, ବୌଦ୍ଧ ଓ ଶିଖ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ । ସୋମବାର ଏହାକୁ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ପ୍ରାଚୀନ ସାଂସ୍କୃତିକ-କମ-କମ୍ୟୁନିଟି ସେଣ୍ଟର ରହିଛି । ଏହି ସଂସ୍କୃତି ସଂପନ୍ନ ଐତିହ୍ୟ ସ୍ଥଳର ସଂରକ୍ଷଣ କରିବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ନିମନ୍ତେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା
[ad_2]