ଦେଶ

ଘଟଣାକ୍ରମରେ ବିଶ୍ୱକପ କ୍ରିକେଟ ୨୦୨୩ – Ibnodisha

[ad_1]

୨୦୨୩ ରେ ଘଟି ଯାଇଥିବା ଘଟଣାକ୍ରମ ରେ ବିଶ୍ୱ କପ କ୍ରିକେଟ ର ରହିଥିଲା କିଛି ବିଶେଷ ଅନୁଭୂତି, ଏଭଳି ଅନେକ ବିଶେଷ କପ କ୍ରିକେଟ ଦୁନିଆର ଅନେକ ଦଳକୁ ନେଇ ଖେଳାଯାଇଛି , କିନ୍ତୁ ଚଳିତ ବର୍ଷ ବିଶ୍ୱକପ ରେ ରହିଥିଲା କିଛିଟା ବିଶେଷତା l ଯାହା ସର୍ବଦା ଭାରତୀୟ ଙ୍କ ପାଇଁ ରହିବ ଅବିସ୍ମରଣୀୟ ହୋଇ l

ଚଳିତ ଥର ବିଶ୍ୱକପ କ୍ରିକେଟ ରେ ୧୦ ଟି ଦଳ ଅଂଶ ଗ୍ରହଣ କରିଥିଲେ l ଏଥିରେ ରହିଥିଲେ ଇଂଲାଣ୍ଡ , ଅଷ୍ଟ୍ରେଲିଆ, ପାକିସ୍ତାନ, ନିୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ଥାନ, ବଙ୍ଗଳାଦେଶ, ଭାରତ, ଦକ୍ଷିଣ ଆଫ୍ରିକା, ନେଦର ଲ୍ୟାଣ୍ଡ l

କେବେ ବିଶ୍ୱକପ୍ ରେ ୧୯୭୫ ଓ ୧୯୭୯ ବିଜେତା ହ ବି ହୋଇଥିବା ୱେଷ୍ଟ ଇଣ୍ଡିଜ ଦଳ ଏହି ୨୦୨୩ ବିଶ୍ୱକପ ରୁ ବାଦ ପଡିଥିଲା l ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ଘଟି ଥିଲା ଓ କ୍ରିକେଟ ପ୍ରେମୀ ଙ୍କ ପାଇଁ କଷ୍ଟ ଦାୟକ ଥିଲା l

ଏହି ବିଶ୍ୱକପ୍ ରେ ଘଟିଥିଲା ଅନେକ ରୋଚକ ଘଟଣା , ଯାହା କିଛି କ୍ରୀଡା ପ୍ରେମୀ ଙ୍କ ମନରେ ଭରିଥିଲା ଉଲ୍ଲାସ ତ ଆଉ କିଛି ଙ୍କ ମନରେ ଭରିଥିଲା ନିରାଶା l

ବିଶେଷ ଭାବେ ୨୦୨୩ ବିଶ୍ୱକପ୍ କ୍ରିକେଟ ଆରମ୍ଭ ରୁ ଭାରତୀୟ କ୍ରିକେଟପ୍ରେମୀ ଓ ଭାରତୀୟ ଦଳ ପାଇଁ ଥିଲା ଖୁସି ର ମୁହୂର୍ତ l ଦିନ ଟି ଥିଲା ଅକ୍ଟୋବର ୮ ତାରିଖ , ଏହିଦିନ ଭାରତ ବିଶ୍ୱକପ କ୍ରିକେଟ ର ନିଜର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷ ରେ ଖେଳୀ ବିଜୟ ଯାତ୍ରା ଆରମ୍ଭ କାରଥିଲା l

ବିଶ୍ୱ କପ ୨୦୨୩ ରେ ପାକିସ୍ତାନ ଦଳ ଦୀର୍ଘ ୭ ବର୍ଷ ପରେ ଭାରତ ମାଟିରେ ପାଦ ରଖିଥିଲା l କେବଳ ପାକିସ୍ତାନ ନୁହେଁ ଭାରତ ର ଅତିଥି ସତ୍କାର ବିଶ୍ୱ ସ୍ତରରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜି ଥିଲା l ଦୀର୍ଘ ଦିନ ପରେ ଭାରତ ପାକିସ୍ତାନ ବିପକ୍ଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମଠାରେ ଏହି ମ୍ୟାଚ ରେ ବିଜୟ ଲାଭ କରି ଭାରତୀୟ କ୍ରିକେଟପ୍ରେମୀ ଙ୍କ ମନରେ ଆନନ୍ଦ ଭରି ଦେଇଥିଲା l

ଚଳିତ ଥରର ବିଶ୍ୱ କପ କ୍ରିକେଟ ରେ ବିଜୟ ଯାତ୍ରା ଆରମ୍ଭ କରିଥିବା ଭାରତୀୟ ଦଳ ର ଅନେକ ଗୁଡିଏ ଚିତାକର୍ଷକ ସମୟ କ୍ରିକେଟ ଜଗତରେ ନୁଆ ରେକର୍ଡ ସୃଷ୍ଟି କରିଥିଲା l

ଭାରତୀୟ ଦଳର ଷ୍ଟାର ପ୍ଲେୟାର ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ l ଚଳିତ ଥର ବିଶ୍ୱକପ ରେ ବିରାଟ କୋହଲି ୫୦ତମ ଶତକ କରି ତେନ୍ଦୁଲକର ଙ୍କର ରେକର୍ଡ ଭାଙ୍ଗିଥିଲେ l ଏହା ପୂର୍ବରୁ ସଚିନ ତେନ୍ଦୁଲକର ୪୯ ଟି ଅର୍ଦ୍ଧ ଶତକ କରି ବିଶ୍ୱ ରେକର୍ଡ କାୟମ କରିଥିଲେ l

ଚଳିତ ଥର ବିଶ୍ୱକପ ରେ ହାର୍ଦିକ ପାଣ୍ଡିଆ ଆଘାତ ପାଇବା ପରେ ମହମଦ ଶାମି ତାଙ୍କ ସ୍ଥାନରେ ମୈଦାନ କୁ ଓଲ୍ହାଇ ଥିଲେ l ୩୩ ବର୍ଷୀୟ ଶାମି ଏମିତି ଯାଦୁ ମୈଦାନ ରେ ଦେଖାଇ ଥିଲେ ଯେ ଭାରତୀୟ ଙ୍କ ହୃଦୟ ରେ ବିଶେଷ ସ୍ଥାନ ପାଇଥିଲେ l ସେ ସମୁଦାୟ ୭ଟି ମ୍ୟାଚ ଖେଳି ୨୪ ଟି ଉଇକେଟ ଲାଭ କରିଥିଲେ l ଦକ୍ଷିଣ ହସ୍ତର ଏହି ବୋଲର ପ୍ରଥମ ସେମି ଫାଇନାଲ୍ ରେ ନିୟୁଜିଲ୍ୟାଣ୍ଡ ବିପକ୍ଷରେ ୫୭ ରନ ଦେଇ ୭ ଉଇକେଟ ଅକ୍ତିଆର କରିଥିଲେ l ଯିଏ କି ୫୦ ଓଭରରେ ବିଶ୍ୱକପ ରେ ଇତିହାସ ରଚିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କରି ନାହାନ୍ତି l

ବିଜୟ ଯାତ୍ରାରୁ ବିଶ୍ୱକପ ରେ ଯାତ୍ରା ଆରମ୍ଭ କରିଥିବା ଭାରତୀୟ ଦଳ ଫାଇନାଲ୍ ରେ ଅଷ୍ଟ୍ରେଲିଆ କୁ ଭେଟି ଥିଲା l ଭାରତୀୟ କ୍ରିକେଟ ପ୍ରେମୀ ଉତ୍କଣ୍ଠା ର ସହିତ ଭାରତର ବିଜୟ କୁ ଅପେକ୍ଷା କରି ବସି ରହିଥିଲେ, କିନ୍ତୁ ତାଙ୍କର ଏହି ଇଚ୍ଛା ପୂର୍ଣ୍ଣ ହୋଇ ପାରିନଥିଲା l ଦିନ ଥିଲା ନଭେମ୍ବର ୧୯ ତାରିଖ ରବିବାର , ସ୍ଥାନ ଥିଲା ନରେନ୍ଦ୍ରମୋଦି ଷ୍ଟାଡିଅମ ଅହମଦାବାଦ ବିଶ୍ୱକପ କ୍ରିକେଟ ୨୦୨୩ ର ଫାଇନାଲ ମ୍ୟାଚ ଥିଲା ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ l ଏବଂ ଯେଉଁ ଭାରତୀୟ ଦଳ ଅଜେୟ ହୋଇ ବିଜୟ ତିଳକ ମସ୍ତକରେ ଧାରଣ କରି ମାଡି ଚାଲିଥିଲା, ସେ ଏହି ମ୍ୟାଚ ରେ ପରାଜୟ ଲାଭ କରିଥିଲା l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button