ଦେଶ

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମର୍, ଶେଷରେ…. – Ibnodisha

[ad_1]

ଗାନ୍ଧୀନଗର: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ଶିଷ୍ୟକୁ ଭୁଲ ଠିକ୍ର ରାସ୍ତା ଦେଖାଉଥିବା ଗୁରୁ ଜଣକ ନିଜେ ପାଲଟିଛି ଅମଣିଷ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ନିନ୍ଦନୀୟ କାଣ୍ଡ ଭିଆଇଛି । ଏଭଳି ଏକ ଘଟଣା ଗୁଜୁରାଟ ସୁରଟ ଜିଲ୍ଲାରେ ଘଟିଥିବା ବେଳେ ସୁରଟ କୋର୍ଟ ଅଭିଯୁକ୍ତ ଶିକ୍ଷକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ୨୦୨୨ ମସିହାରେ ଘଟିଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ଅଭିଯୁକ୍ତ ଜଣକ ଜଣେ ଶିକ୍ଷକ । ସେ ଏଭଳି କାଣ୍ଡ କରି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଛନ୍ତି ।

ଏହି ଘଟଣାକୁ କୋର୍ଟ କେବେ ବି ହାଲୁକାରେ ନେଇ ପାରିବେ ନାହିଁ । ସରକାରୀ ଓକିଲ ଦୀପେଶ ଦାବେ କୋର୍ଟରେ ଯୁକ୍ତି ବାଢିଥିବା ସମୟରେ ଅଭିଯୁକ୍ତ ଶିକ୍ଷକକୁ ଆହୁରି କଡ଼ା ସଜ୍ଜା ଦେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ କୋର୍ଟ ଶୁଣାଣି କରି ଅଭିଯୁକ୍ତ ଶିକ୍ଷକ ପାପୁରାମକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ୨୦୨୨ ଅକ୍ଟୋବର ୨୭ ତାରିଖରେ ପୀଡ଼ିତା ଜଣକ ନିଜ ପରିବାର ସହିତ ଟ୍ରେନରେ ଉତ୍ତର ପ୍ରଦେଶ ଯାଉଥିଲେ । ହେଲେ ଛାତ୍ରୀ ଜଣକ ସନାତନ ରେଲୱେ ଷ୍ଟେସନରେ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ ।

ଏହାପରେ ସେହି ଦିନ ରାତିରେ ଅଭିଯୁକ୍ତ ଶିକ୍ଷକ ଜଣକ ଛାତ୍ରୀଙ୍କ ପିତାଙ୍କୁ ଯୋଗାଯୋଗ କରିଥିଲେ । ଛାତ୍ରୀ ଜଣକ ତାଙ୍କ ସହିତ ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା କହିଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ସେ ତାଙ୍କ ପରିବାର ନିକଟରେ ଛାଡ଼ିଥିଲେ । ଘରେ ପହଞ୍ଚିବା ପରେ ଛାତ୍ରୀ ଜଣକ ପରିବାରକୁ ସବୁ କଥା କହିଥିଲେ । ଶିକ୍ଷକ ପାପୁରାମ ଛାତ୍ରୀଙ୍କୁ ବିବାହ ପ୍ରତିଶୃତି ଦେଇ ରେଲୱେ ଷ୍ଟେସନରୁ ନେଇଯାଇଥିଲେ । ଏହାପରେ ପାପୁରାମ ଛାତ୍ରୀଙ୍କୁ ଏକ ଫାର୍ମ ହାଉସକୁ ନେଇ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ଜେଲରୁ ରହୁଥିବା ବେଳେ ଗୁରୁବାର ସୁରଟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଜେଲ ଦଣ୍ଡ ଶୁଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button