ଦେଶ

ପାଟନା-କୋଟା ଟ୍ରେନ୍‌ରେ ଅଘଟଣ; ବିଷାକ୍ତ ଖାଦ୍ୟ ଖାଇ ୨ ମୃତ, ୬ ଗୁରୁତର – Ibnodisha

[ad_1]

ଆଗ୍ରା : ପାଟନା-କୋଟା ଏକ୍ସପ୍ରେସ୍ ଟ୍ରେନ୍‌ରେ ରବିବାର ବିଷାକ୍ତ ଖାଦ୍ୟ ଖାଇ ୨ ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ୬ ଜଣ ଗୁରୁତର ହୋଇପଡିଛନ୍ତି । ଛତିଶଗଡର ରାୟପୁରରୁ ଆସିଥିବା ୯୦ ଜଣିଆ ଗ୍ରୁପ୍ ଏହି ଟ୍ରେନ୍‌ର ଏସି ବଗିରେ ଯାତ୍ରା କରୁଥିଲେ । ପାଣ୍ଟିକାର୍‌ରୁ ମିଳିଥିବା ଖାଦ୍ୟ ଖାଇବାପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ଫଳରେ ସେମାନଙ୍କୁ ଆଗ୍ରା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ପ୍ରାଣ ହରାଇଛନ୍ତି । ରେଳବାଇ କର୍ତ୍ତୃପକ୍ଷ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button