ଦେଶ

ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି ୩ ଲକ୍ଷ କ୍ୟୁସେକ ବନ୍ୟା ଜଳ – Ibnodisha

[ad_1]

ନୂଆଦିଲ୍ଲୀ: କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୨୦.୭୯ ଫୁଟ୍ ରହିଥିବା ସୂଚନା ମିଳିଛି। ଡ୍ୟାମର ବାମ ପାର୍ଶ୍ୱରୁ ୧୩ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପାର୍ଶ୍ୱରୁ ୭ ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି। ତେବେ ଉପର ମୁଣ୍ଡରୁ ଉପରମୁଣ୍ଡରୁ ୧ଲକ୍ଷ ୭୩ ହଜାର ୬୦୯ କ୍ୟୁସେକ ଜଳ ହୀରାକୁଦ ଭଣ୍ଡାରକୁ ଆସୁଥିବା ବେଳେ ୩ ଲକ୍ଷ ୪୪ ହଜାର କ୍ୟୁସେକ ଜଳ ୨୦ଟି ଗେଟ ଦେଇ ନିର୍ଗତ ହେଉଛି।

ତେବେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୧୦ ଫୁଟ୍ ଥିବା ବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ଏତି ସହ ନିଷ୍କାସିତ ହେଉଥିଲା ୩ଲକ୍ଷ ୪୯ ହଜାର ୪୯୬ କ୍ୟୁସେକ୍ ବନ୍ୟାପାଣି । କଟକ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୨୬ ହଜାର ୧୧୨ ବନ୍ୟାଜଳ । ବରମୁଳରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୪ ହଜାର ୫୦୦ କ୍ୟୁସେକ ଜଳ ନିଷ୍କାସିତ କରାଯାଉଥିବା ସୂଚନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button