ଦେଶ

ପୁଣି ୩ ସାଂସଦ ଲୋକସଭାରୁ ନିଲମ୍ବିତ – Ibnodisha

[ad_1]

ନୂଆଦିଲ୍ଲୀ: ଲୋକସଭାର ଆଜି ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୃହ ଅବମାନନା ଅଭିଯୋଗରେ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସ ସାଂସଦ ନକୁଳ ନାଥ, ଡିକେ ସୁରେଶ ଓ ଦୀପକ ବୈଜଙ୍କୁ ଚଳିତ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ସାଂସଦ ଲୋକସଭାରୁ ଅଛନ୍ତି। ଗତ ଡିସେମ୍ବର ୧୪ ତାରିଖରେ ବିରୋଧୀ ସାଂସଦମାନେ ସଂସଦର ସୁରକ୍ଷା ଉଲ୍ଲଂଘନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିବା ପରେ ସାଂସଦମାନଙ୍କୁ ନିଲମ୍ବନ ଆରମ୍ଭ ହୋଇଥିଲା। ଗୃହ ଅବମାନନା ଅଭିଯୋଗରେ ଡିସେମ୍ବର ୧୪ରେ ୧୩ ସାଂସଦ, ଡିସେମ୍ବର ୧୮ରେ ୩୩ ସାଂସଦ, ଡିସେମ୍ବର ୧୯ରେ ୪୯ ସାଂସଦ ଏବଂ ଡିସେମ୍ବର ୨୦ରେ ୨ ଜଣ ବିରୋଧୀ ସାଂସଦ ଙ୍କୁ ନିଲମ୍ବିତ କରାଯାଇଥିଲା। ଡିସେମ୍ବର ୧୪ରେ ଜଣେ ରାଜ୍ୟସଭା ସାଂସଦ ଓ ଡିସେମ୍ବର ୧୮ରେ ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button