ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ – Ibnodisha
[ad_1]
ପାଟନା: ମଝି ଆକାଶରେ ଚାଲିଗଲା ଯାତ୍ରୀଙ୍କ ଜୀବନ । ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ ବିମାନ । ଦରଭଙ୍ଗାରୁ ମୁମ୍ବାଇ ଯାଉଥିବା ବିମାନ ବାରଣାସୀରେ ଜରୁରୀ ଅବତରଣ କରିଛି । ଚିକିତ୍ସା ସମୟରେ ଯାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି କଳାବତୀ ଦେବୀ । ତାଙ୍କର ବୟସ ୮୫ ବର୍ଷ । ବିମାନ ଉଡାଣରେ କିଛି ସମୟ ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡିଥିଲା । ଏହାପରେ ପାଇଲଟ ବାରଣାସୀରେ ବିମାନର ଜୁରୁରୀ ଅବତରଣ ନିଷ୍ପତ୍ତି ନେଇଥିଲେ ।
ସ୍ପାଇସଜେଟ୍ ବିମାନ SG ୧୧୬ ବିହାରର ଦରଭଙ୍ଗା ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ସନ୍ଧ୍ୟା ସମୟରେ ଯାତ୍ରା ଆରମ୍ଭ କରିଥିଲା । ବିମାନଟି ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଲା । ଏହି ସମୟରେ ବିମାନଟି ଉତ୍ତରପ୍ରଦେଶର ଏୟାର ସ୍ପେସ୍ ନିକଟରେ ପହଞ୍ଚିଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ । ବିମାନ ଅବତରଣ ଅନୁମତି ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବାରାଣାସୀ ସହିତ ଯୋଗାଯୋଗ କରାଯାଇଥିଲା । ଅନୁମତି ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଅବତରଣ କରିଥିଲା ସ୍ପାଇସଜେଟ ବିମାନ । ସଙ୍ଗେ ସଙ୍ଗେ ଯାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
[ad_2]