ଦେଶ

ହିନ୍ଦୁ ରୀତିନୀତିରେ ବିବାହ କଲେ ଫ୍ରାନ୍ସ ଦମ୍ପତି – Ibnodisha

[ad_1]

ଲକ୍ଷ୍ନୌ: ଜପ ତପ, ଆସ୍ଥାର ଭୂମି ଭାରତ । ଭାରତୀୟ ସଂସ୍କୃତି ଓ ସଭ୍ୟତାର ଆକର୍ଷଣ ବିଦେଶୀ ନାଗରିକଙ୍କୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥାଏ । ସେଥିପାଇଁ ତ ଫ୍ରାନ୍ସର ଏକ ବିଦେଶୀ ଯୋଡି ଉତ୍ତରପ୍ରଦେଶର ଆଗ୍ରାରେ ଆସି ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଆଗ୍ରା ସ୍ଥିତ ତାଜଗଞ୍ଜର କେସର ରେଷ୍ଟୁରାଣ୍ଟରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦମ୍ପତିଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ସଞ୍ଚାଳକ ଜାବେଦ ଅଲି କହିଛନ୍ତି, “ଇସକେନ୍ଦର ଓ ବସମା ଫ୍ରାନ୍ସର ନିବାସୀ ଅଟନ୍ତି ।

ଦୁହେଁ ପ୍ୟାରିସରେ ଚାକିରି କରନ୍ତି । ଏହି ଦମ୍ପତି ଭାରତ ଗସ୍ତରେ ଅଛନ୍ତି । ଜୟପୁରରୁ ଇସକେନ୍ଦର ଆଗ୍ରାଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏନେଇ ଉଭୟ ରବିବାର ଦିନ ଆଗ୍ରା ଠାରେ ପହଞ୍ଚିଥିଲେ । ତାଜମହଲକୁ ଦେଖିବା ପରେ ଦୁହେଁ ଅଗ୍ନିଙ୍କୁ ସାକ୍ଷୀ ଭାବରେ ବିବାହ କରିଛନ୍ତି । କିନାରି ବଜାରରୁ ବସମାଙ୍କ ପାଇଁ ଶାଢୀ ଏବଂ ଇସକେନ୍ଦର ଶେରୱାନି ପାଇଁ କ୍ରୟ କରାଯାଇଥିଲା । ଦୁହେଁ ପାରମ୍ପାରିକ ପୋଷାକରେ ବିବାହ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button