ଦେଶ

ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ , ଜାରି ହେଲା ମ୍ୟାଚ ସୂଚୀ – Ibnodisha

[ad_1]

ବ୍ୟୁରୋ : ଇଣ୍ଡିଆ ଆଇପିଏଲ ର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ ଆଜି ସୂଚନା ଦେଇଛନ୍ତି ।ଚଳିତ ବର୍ଷ ଦେଶର ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଆଇପିଏଲ ଭାରତରେ ହିଁ ଖେଳା ଯିବ। ନିର୍ବାଚନ ପାଇଁ ଆଇପିଏଲର ମ୍ୟାଚସୂଚୀ ଏଯାଏ ଘୋଷଣା ହୋଇନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ସେହି ଅନୁସାରେ କିଛି ମ୍ୟାଚ୍‌ସୂଚୀ ପ୍ରସ୍ତୁତ କରାଯିବ। ଧୁମାଲଙ୍କ କହିବା କଥା ଯେ ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚସୂଚୀ ଜାରି କରାଯିବ। ସେ କହିଛନ୍ତି, “ଆମେ ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରୁଛୁ। ଆମେ ପ୍ରଥମେ ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକର ସୂଚୀ ଜାରି କରିବୁ।ଲୋକସଭା ନିର୍ବାଚନ ପାଇଁ ସମ୍ଭବତଃ ଆସନ୍ତାମାସ ଆରମ୍ଭରେ ତାରିଖ ଘୋଷଣା ହୋଇପାରେ। ଏହାପରେ ବାକି ମ୍ୟାଚ୍‌ଗୁଡ଼ିକର ତାରିଖ ଘୋଷଣା କରାଯିବ।” ୨୦୦୯ରେ ଗୋଟିଏ ଥର ଆଇପିଏଲ ସଂପୂର୍ଣ୍ଣ ଭାବେ ବିଦେଶରେ ଖେଳା ଯାଇଥିଲା। ସେହି ବର୍ଷ ନିର୍ବାଚନ ଥିଲା। ୨୦୧୪ ନିର୍ବାଚନ ବେଳେ ଆଇପିଏଲ କିଛି ମ୍ୟାଚ୍ ୟୁଇଏଇରେ ଆୟୋଜନା କରାଯାଇଥିଲା। ତେବେ ୨୦୧୯ରେ ନିର୍ବାଚନ ସତ୍ତ୍ୱେ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ଖେଳା ଯାଇଥିଲା। ଏଥର ମଧ୍ୟ ଆଇପିଏଲ ନିର୍ବାଚନ ବର୍ଷରେ ଭାରତରେ ଆୟୋଜନ କରାଯିବ। ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button