ଦେଶ

ମିଆଁୱାଲି ଏୟାରବେସ୍‌ରେ ଆତଙ୍କୀ ହାମଲା, ଟଳିଲେ ୩ ଆତଙ୍କୀ – Ibnodisha

[ad_1]

ବ୍ୟୁରୋ : ଆଜି ସକାଳୁ ସକାଳୁ ପାକିସ୍ତାନର ମିଆଁୱାଲି ଏୟାରବେସ୍‌ରେ ହୋଇଛି ଆତଙ୍କୀ ହାମଲା। ଆତ୍ମଘାତୀ ଆତଙ୍କବାଦୀଙ୍କ ସମେତ ହତିଆରରେ ସୁସଜ୍ଜିତ ୬ ଆତଙ୍କୀ ମିଆଁୱାଲି ଏୟାରବେସ୍‌ରେ ଆଜି ସକାଳେ ଅତର୍କିତ ଭାବେ ପଶି ଯାଇଥିଲେ। ଏହାପରେ ସେମାନେ ପାକିସ୍ତାନ ସେନା ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜୋରଦାର ଫାୟାରିଂ ହୋଇଥିବା ବେଳେ ଏଥିରେ ୩ ଆତଙ୍କୀ ଟଳି ପଡ଼ିଥିବା ଜଣାଯାଇଛି। ତହରିକ-ଏ- ଜିହାଦ ନାମକ ସଙ୍ଗଠନ ଏହି ହାମଲା ପାଇଁ ନିଜକୁ ଦାୟୀ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ଆତଙ୍କବାଦୀମାନେ ଏୟାରବେସ୍‌ ପାଚେରି ଡେଇଁବା ପାଇଁ ପ୍ରଥମେ ସିଡିର ବ୍ୟବହାର କରିଥିଲେ। ଏହାପରେ ଭିତରେ ପଶି ସେମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହି ଆକ୍ରମଣକୁ ନେଇ ପାକିସ୍ତାନ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆଜି ସକାଳୁ ସକାଳୁ ପାକିସ୍ତାନ ବାୟୁ ସେବାର ମିଆଁୱାଲି ଟ୍ରେନିଂ ଏୟା ପାକିସ୍ତାନ ସେନା ଦ୍ୱାରା ନିଆଯାଇଥିବା ତତ୍କାଳ ପଦକ୍ଷେପ ଯୋଗୁ ଏହି ଆକ୍ରମଣକୁ ଅସଫଳ କରାଯାଇପାରିଛି। ସୈନିକମାନେ ନିଜ ଜୀବନକୁ ବାଜି ଲଗାଇ ୩ ଆତଙ୍କୀଙ୍କୁ ମାରି ଦେଇଥିବା ବେଳେ ଆଉ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଆତଙ୍କୀ ହାମଲା ବେଳେ ଏୟାରବେସ୍‌ରେ ଥିବା ୩ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏହି ହାମଲା ପରେ ତୁରନ୍ତ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ମିୟାଂବାଲି ଏୟାରବେସ୍‌ରେ ଆକ୍ରମଣ କରି ବହୁ କ୍ଷୟକ୍ଷତି କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button